ପାରଳାଖେମୁଣ୍ଡି,୫/୧୧- କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ନେହରୁ ଯୁବକେନ୍ଦ୍ରର କାର୍ଯ୍ୟକ୍ରମ ସମୀକ୍ଷା ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ କୁମାର ଚୌଧୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମିନତୀ ଦେଇ ଜିଲ୍ଲା ଯୁବ ସଂଯୋଜକ ବିଜୟକୁମାର ମହାପାତ୍ର ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ଡିଆଇସି ମୋହନ ଶବରଙ୍କ ସହ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ବିଜୟ କୁମାର ମହାପାତ୍ର ନେହେରୁ ଯୁବ କେନ୍ଦ୍ର ଦ୍ୱାରା ୨୦୨୦- ୨୦୨୧ ଆର୍ଥିକ ବର୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେବାକୁଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନତା କରାଇବା ସ୍ୱାସ୍ଥ୍ୟ, ପାନୀୟ ଜଳ, କ୍ରୀଡ଼ା, ସ୍ୱଚ୍ଛଭାରତ ଏବଂ କରୋନା ରୋଗ ସଂପର୍କରେ ଲୋକଙ୍କୁ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ବିଭିନ୍ନ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ସଙ୍ଘ ସଦସ୍ୟ ମାନେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଅନୁପମ ସାହା ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲା ଯୁବ ସଂଯୋଜକ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।