ଦଶମଶ୍ରେଣୀ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପାଇଁ ଶିକ୍ଷା ବିଭାଗର ପ୍ରୟାସ

0 131

ପାରଳାଖେମୁଣ୍ଡି,୬/୨- ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଦଶମଶ୍ରେଣୀ ବାର୍ଷିକ ପରୀକ୍ଷା ଦେବାକୁ ଥିବା ପ୍ରାୟ ୮୩୭୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପରୀକ୍ଷା ଦର୍ପଣ ଅଭ୍ୟାସ ପୁସ୍ତିକା ଜିଲ୍ଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବଣ୍ଟନ କରିଛନ୍ତି । ସେମାନେ ନିଜ ବିଦ୍ୟାଳୟର ସମସ୍ତ ଦଶମ ଶ୍ରେଣୀରେ ନାମ ଲେଖିଥିବା ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରି ପରୀକ୍ଷା ଦର୍ପଣ ପୁସ୍ତିକାରେ କମେଇ ଦିଆଯାଇଥିବା ପାଠ୍ୟକ୍ରମ ଅନୁସାରେ ପ୍ରସ୍ତୁତି ସଂକ୍ଷିପ୍ତ ପ୍ରଶ୍ନ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସହ ଉତ୍ତର ଛାତ୍ରଛାତ୍ରୀମାନେ ଅଭ୍ୟାସ କରି ଅଧିକରୁ ଅଧିକ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ । ସେଥି ନିମନ୍ତେ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସ ।ହିତ କରୁଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମଧ୍ୟ ଜିଲ୍ଲାର ଦଶମ ଶ୍ରେଣୀ ପରୀକ୍ଷା ଫଳ ନିଶ୍ଚିତ ଭାବେ ଆଶାନୁରୂପ ଦେଇପାରିବ ବୋଲି ମତ ପୋଷଣ କରିଛନ୍ତି । ପରୀକ୍ଷା ଦର୍ପଣ ପୁସ୍ତିକାଟି ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଦୃତ ହୋଇପାରିଛି ଓ ଉତ୍ସ ।ହ ପ୍ରଦାନ କରିପାରିଛି ।

hiranchal ad1
Leave A Reply

Your email address will not be published.

6 − 3 =