ଖାଲିପଡିଛି ବହୁ ପଦବୀ, ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ କେବେ ?

0 225

ପାରଳାଖେମୁଣ୍ଡି,୧୨/୧୧- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ଜିଲ୍ଲା କୃଷି ଅଧିକାରୀ ପଦବି ଖାଲି ପଡ଼ିଛି । ସେହିଭଳି ଆର ଉଦୟଗିରି ଠାରେ ଥିବା କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି । ଜଣେ ଅଧିକାରୀ ବହୁ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ଏବଂ ତୃଣମୂଳ ସ୍ତରରେ କୃଷକଙ୍କ ସହିତ ଚାଷ ବିଷୟରେ ସଚେତନତା ଓ ସରକାରଙ୍କ ବିଭିନ୍ନ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚାଇବା ସକାଶେ ବିଭିନ୍ନ ବ୍ଳକରେ ଭି ଏଲ ପଦବୀ ଗୁଡ଼ିକ ଖାଲିପଡ଼ିଛି ଯାହାଫଳରେ ଚାଷୀ ସରକାରଙ୍କ ଯୋଜନା ବିଷୟରେ ଉପଲବ୍ଧ ହେବା କଷ୍ଟସାଧ୍ୟ ହେଉଛି । ସେହିଭଳି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପଦବୀ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପଦବୀ ଖାଲିପଡ଼ିଛି ଏହାର ଦାୟିତ୍ୱ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡ଼ିଛି । ଦାୟିତ୍ୱ ନେଇଛନ୍ତି ସେହି କ୍ରୀଡ଼ା ଅଧିକାରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗରେ କେବଳ ୩ ଜଣ ଚତୁର୍ଥ ଶ୍ରେଣୀର କର୍ମଚାରୀ ଅଛନ୍ତି ଓ କାର୍ଯ୍ୟାଳୟର ବିଭିନ୍ନ ପଦପଦବୀ ଖାଲି ପଡ଼ିଛି ସେହିଭଳି ଆଞ୍ଚଳିକ ପରିବହନ ବିଭାଗର ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ପଡିଛି । ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ସେହିଭଳି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି । ଏହିଭଳି ଅନ୍ୟାନ୍ୟ ବିଭାଗର ପଦପଦବୀ ଖାଲି ଦୀର୍ଘ ଦିନ ହେଲା ଖାଲି ପଡିଥିବାବେଳେ ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି ଦୃଷ୍ଟି ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eight − 6 =