ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

0 93

ଗଜପତି/ପାରଳାଖେମୁଣ୍ଡି , (ହୀ.ପ୍ର)- ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଭୂବନେଶ୍ୱରର ଓଡିଶୀ ସଙ୍ଗୀତଜ୍ଞ ଶ୍ରୀ ଉମେଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହ ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଇଂ ତୀର୍ଥବାସୀ ପଣ୍ଡା, ଉପ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଗୁରୁ ଶ୍ରୀ ମାଧବ ପାତ୍ର ମଞ୍ଚାସୀନ ହୋଇ ଆମ ଓଡିଶୀ ସଙ୍ଗୀତର ଉଚ୍ଚପରମ୍ପରାକୁ ବଜାୟ ରଖିବାରେ ଭକ୍ତି ସଙ୍ଗୀତ ସଂସଦର ଆପ୍ରାଣ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ଶ୍ରୀମତି ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡିଶୀ ସଙ୍ଗୀତର ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଗୁରୁ ଓ ଛାତ୍ରଛାତ୍ରୀମାନେ ନିଜର ଯାଦୁକରୀ କଣ୍ଠ ସଙ୍ଗୀତରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ନିର୍ଦ୍ଦେଶନାରେ ହୋଇଥିଲା । ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମତି ମଧୁସ୍ମିତା ପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − six =