କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଗଜପତି ପକ୍ଷରୁ ବିକ୍ଷୋଭ

0 86

ପାରଳାଖେମୁଣ୍ଡି,୨/୧୦- ଆପ ଗଜପତି ପକ୍ଷରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ କୃଷକ ବିରୋଧୀ କୃଷି ବିଲକୁ ପ୍ରତ୍ୟାହାର କରାଯାଉ ଦ୍ୱିତୀୟଟି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିକୁ ଆଇନଗତ ମାନ୍ୟତା ମିଳୁ । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ପାଣିଗ୍ରାହୀ, କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ଅଧିକାରୀ, ଏସ କେ ମୋଜିବ, ତ୍ରିନାଥ ପଟ୍ଟନାୟକ,ଲୋକନାଥ ଭୁକ୍ତା, ଈଶ୍ୱର ରାଓ, ଚକ୍ରପାଣି, ରାଙ୍ଗାଚରଣ ପଟ୍ଟନାୟକ,ଦୁର୍ଯ୍ୟୋଧନ ତିରୁପତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven + 15 =