ଶାସ୍ତ୍ରୀୟ ସଙ୍ଗୀତ ଆସର ଅନୁଷ୍ଠିତ

0 138

ପାରଳାଖେମୁଣ୍ଡି,୧୬/୨ – ସ୍ଥାନୀୟ ବଡ ରାଧାକାନ୍ତ ମଠ ଠାରେ ଡ଼. ଧନଦା କାନ୍ତ ମିଶ୍ରଙ୍କ ପ୍ରେରଣା ଓ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ୱାରା ଆୟୋଜିତ ଏକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ର ପ୍ରସିଦ୍ଧ ଯୁବ ଧୃପଦ ଗାୟକ ମୁକୁନ୍ଦ ଦେବ ଓ ବିଶିଷ୍ଟ ପଖୋଦ ବାଦକ ନିଶାନ୍ତ ସିଂହ ଯୋଗଦେଇ ମନୁଷ୍ୟ ଉପରେ ଶାସ୍ତ୍ରୀୟ ସଙ୍ଗୀତର ସକାରାତ୍ମକ ପ୍ରଭାବ କିପରିଭାବେ ପଡିଥାଏ ଓ ଏହାର ଆବଶ୍ୟକତା ଉପରେ ବୁଝାଇଥିଲେ । ପରେ ଦେଢ଼ ଘଣ୍ଟା ଧରି ଶାସ୍ତ୍ରୀୟ ଶୈଳୀରେ ଧୃପଦ ଗାୟନ କରି ଥିଲେ । ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବୀ ମଠର ମହନ୍ତ ମହାରାଜ ରାମାନୁଜ ଦାଶ, ନୀଳମାଧବ ଚରତି, ସରୋଜ ପଣ୍ଡା, ବିଚିତ୍ରା ନନ୍ଦ ବେବେର୍ତ୍ତାଙ୍କ ସମେତ ପାରଳ । ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − thirteen =