କଲଭର୍ଟ ନିର୍ମାଣ କାମ ସରିବ କେବେ?

0 144

ପାରଳାଖେମୁଣ୍ଡି,୧୬/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ସ୍ଥାନ ରାଜଦାଣ୍ଡର ଚାରିଛକ ଭାବେ ପରିଚିତ ଚାନ୍ଦିନୀ ରେଷ୍ଟରେନ ସମ୍ମୁଖରେ ପୌର ପରିଷଦ ପକ୍ଷରୁ ଚାଲିଥିବା କାମ ତ୍ୱରାନ୍ୱିତ ହେଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି କାମ ପରିସମାପ୍ତି ହୋଇପାରୁ ନଥିବାରୁ ସହରବାସୀ ବଜାରର ମୁଖ୍ୟ ରାସ୍ତାକୁ ଯାତାୟାତ କରିବା ଅସୁବିଧା ହେଉଛି । କଲଭର୍ଟ ନାରେ ରାସ୍ତାରେ ମାଟି ଖୋଳି ପକାଇବା ଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେଉଛି ଓ ଟ୍ରାଫିକ ସମସ୍ୟା ଉପୁଜୁଛି । ଏହି କଲଭର୍ଟ କାମ ତୁରନ୍ତ ପରିସମାପ୍ତି କଲେ ସହରବାସୀ ଉପକୃତ ହେବେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

9 + twenty =