ଗଜପତି ସହରର ଅପରିଷ୍କାର ଜଳ ଭାସୁଛି ମୁଖ୍ୟରାସ୍ତାରେ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

0 128

ଗଜପତି,୧୬/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୋଷ୍ଟାଲ ଓ ବାଟଗୌଡ଼ ସାହି ମଝିରେ ଥିବା ଏକସାହିରୁ ଅପରିଷ୍କାର ଜଳ ମୁଖ୍ୟ ରାସ୍ତାରେ ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ରହିଥିବା ଦୋକାନୀ ଗୁଡିକ ଅଭିଯୋଗ କରିଛନ୍ତି । ସେହି ସାହିରୁ ବାହାରୁଥିବା ଡ୍ରେନେଜର ଜଳ ମୁଖ୍ୟ ଡ୍ରେନକୁ ସଂଯୋଗ କରୁଥିଲା । ମୁଖ୍ୟ ଡ୍ରେନେଜ ପୋତି ହୋଇଯିବା ଫଳରେ ରାସ୍ତାରେ ଅପରିଷ୍କାର ଜଳ ବରତ୍ତମାନ ଭାସୁଛି । ପ୍ରକାଶ ଥାଉକି ପୂର୍ତ୍ତ ବିଭାଗ ପ୍ରଶସ୍ତିକରଣ ନାଁ ରେ ସହରକୁ ସରସ ସୁନ୍ଦର କରିବା ପାଇଁ ଫାୟାର ଷ୍ଟେସନ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରିଥିଲା । ଜବର ଦଖଲ ଉଚ୍ଛେଦ ପରେ ଉଭୟ ପାର୍ଶ୍ୱର ଡ୍ରେନେଜରେ ଭଙ୍ଗା ଯାଇଥିବା ମାଟି ଗୋଡି ସିମେଣ୍ଟ ଖଣ୍ଡ ପଡି ପୋତି ହୋଇ ଯିବା ଫଳରେ ରାସ୍ତାରେ ଅପରିଷ୍କାର ଜଳ ଭାସିବା ସହରରେ ନିତିଦିନିଆ ଘଟଣା ହୋଇ ଯାଇଛି । ଏସବୁଜାଣି ସୁଦ୍ଧା ପୂର୍ତ୍ତ ବିଭାଗ ନିରୁପାୟ ହୋଇପଡ଼ିଛି । ଏହିଭଳି କରୋନା ସମୟରେ ଏଭଳି ପରିସ୍ଥିତି ସଂକ୍ରମଣ ବୃଦ୍ଧିକରିପାରେ ବୋଲି ଆଶଙ୍କା କରାଯାଇଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eleven − six =