ପାରଳାଖେମୁଣ୍ଡି,୨୫/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ଓଡ଼ିଶା ଶାଖା ତରଫରୁ ବୋଷ ଡେନ୍ସଷ୍ଟୁଡ଼ିଓ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମାଲୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ସଂଯୋଜକ ଆଲୋକ କୁମାର ବୋଷ ମୁଖ୍ୟବକ୍ତା,ଓଡ଼ିଶା ସାଧାରଣ ସଂପାଦକ ସନ୍ତୋଷ କୁମାର ହୋତା,ଗଜପତି ଜିଲ୍ଲା ସଂପାଦକ ଜାଗା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ । ରାଷ୍ଟ୍ରୀୟ ହିନ୍ଦୁଶକ୍ତି ସଙ୍ଗଠନର ଜିଲ୍ଲା ସଭାପତି ଶଶାଙ୍କ ଶେଖର ସାବତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ଅନେକ ଜିଲ୍ଲାରୁ ଆସିଥିବା ସଦସ୍ୟଙ୍କ ସହ ହିନ୍ଦୁ ଏକତା ଓ ହିନ୍ଦୁ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।
