ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ବାଲ୍ୟବିବାହ ବନ୍ଦକଲା ସଖି ୱାନଷ୍ଟପ ସେଣ୍ଟର

0 182

ଗଜପତି,୧୧/୫- ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତମାସ ୧୮ ତାରିଖରେ ଏକ ବାଲ୍ୟ ବିବାହ ହେବାକୁ ଯାଉଥିବା ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୫ ରୁମ ନମ୍ବରରେ କାର୍ଯ୍ୟରତ ସଖି ୱାନଷ୍ଟପ ସେଣ୍ଟର କୁ ଦୃଷ୍ଟିଗୋଚର ହୋଇଥିଲା । ଏହାର ସତ୍ୟା ସତ୍ୟ ଜାଣିବା ଓ ବାଲ୍ୟ ବିବାହ ନିଷେଧ ପାଇଁ ସଚେତନତା କରିବା ନିମନ୍ତେ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ଏକ ଟିମ ଘଟଣା ସ୍ଥଳକୁ ଯାଇ ବିବାହ ହେବାକୁ ଯାଉଥିବା ଝିଅର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ତା ପରେ ଝିଅର ବାପା ଓ ମାଆ ଙ୍କୁ ବୁଝାସୁଝା କରଯାଇଥିଲା । କମ ବୟସର ଝିଅ ବିବାହ କଲେ କଣ କୁପ୍ରଭାବ ପଡିବ ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଝିଅର ବାପା ଓ ମାଆ ବୁଝିଥିଲେ ଓ ଆସନ୍ତାକାଲି ଝିଅକୁ ଶିଶୁ ମଙ୍ଗଳ ସମିତି ଗଜପତିରେ ଉପସ୍ଥାପନା କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଉକ୍ତ ବୈଠକରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ ରାଉଳ ଓ ସଦସ୍ୟା ଶ୍ରୀମତି ଅଳକା ସାହୁ, ସଖି ୱାନଷ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ଜୟ ପ୍ରକାଶ ବଡ଼ତ୍ୟା, ସୁପର ଭାଇଜର ଶ୍ରୀମତୀ ରାଜେଶ୍ୱରୀ ପାତ୍ର, ପ୍ରଭା ଚାଇଲଡ଼ ଲାଇନ ଇ.ମିନାକ୍ଷୀ ଓ ସେହି ଗ୍ରାମର ଆଶା ଅଙ୍ଗନବାଡି, ହେଲଥ ୱାର୍କର, ଗ୍ରାମବାସୀ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହକୁ ବନ୍ଦ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five × four =