ଅସହାୟ ଶ୍ରମିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ

0 69

ଗଜପତି,୧୩/୮- ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ଦମାଦୁଆ ଗ୍ରାମର ସାଫିନି ମଲ୍ଲିକ ନିଜ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ନିଜ ଗ୍ରାମରୁ ବାହାରି କେରଳ ଯାଉଥିଲେ । ହେଲେ ଦୁର୍ଭାଗ୍ୟର କଥା ସେ ଟ୍ରେନରୁ ତଳକୁ ଓହ୍ଲାଇବାବେଳେ ଚେନ୍ନାଇ ରେଳ ଷ୍ଟେସନରେ ତାଙ୍କ ଗୋଡଟି ଟ୍ରେନର ଚକାତଳକୁ ପଶି ଯାଇଥିଲା । ସେଠାରୁ ପରିବାର ଲୋକଙ୍କୁ ଏ ବିଷୟରେ ଖବର ଆସିଥିଲା । ପରିବାର କହିଲେ ବିଧବା ମାଆ ଓ ୧୩ ବର୍ଷର ସାନ ଭଉଣୀ । ନିହାତି ଗରିବ ପରିବାର । ଖବର ପାଇ ମାଆ ନିଜ ସମ୍ପର୍କୀୟଙ୍କୁ ଜଣାଇ ଋଣ ଭାର କରି ଚେନ୍ନାଇରୁ ୪୮ ହଜାର ଟଙ୍କା ଖର୍ଚ୍ଚ କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ସେଠି ଡାକ୍ତର ତାଙ୍କୁ ଗୋଡ଼ କଟାଯିବ କହିବାରୁ ମାଆଙ୍କ ପାଖରେ ଟଙ୍କା ଅଭାବ ଥିବାରୁ ସେଠୁ ଆଣି ନିଜ ଘରେ ରଖି ଦେଶୀ ଔଷଧରେ ଚିକିତ୍ସା କରୁଥିଲେ । ହେଲେ ଧୀରେ ଧୀରେ ଗୋଡ଼ରୁ ମାଂସ ଖସିବାରେ ଲାଗିଲା । ଯାହାଫଳରେ ପୁଣି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଏହି ଖବର ମୋହନା ବ୍ଲକ ପ୍ରଶାସନ ଜାଣିବା ପରେ ବିଡିଓ ସାର୍ଥକ ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ବ୍ରହ୍ମପୁର ବଡ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ପଚାରି ବୁଝି ୭ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଅପରପକ୍ଷେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ମୋହନା ମେଡିକାଲରୁ ଏକ ଟିମ ବୁଧବାର ଦିନ ଦମାଦୁଆ ଗ୍ରାମକୁ ଯାଇ ତାଙ୍କରି ସମ୍ପର୍କୀୟଙ୍କୁ ଭେଟି ରାଜ୍ୟ ସରକାରଙ୍କ ପକ୍ଷରୁ ମେଡ଼ିକାଲର ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − nine =