ଚାଷୀଙ୍କଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ରାସ୍ତାରୋକ

0 75

ପାରଳାଖେମୁଣ୍ଡି,୧୬/୨ – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆର. ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଆର. ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ଜାତୀୟ ରାଜପଥକୁ ଶତାଧିକ ଚାଷୀଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିଲା । ଶ୍ରୀ ପାଳ ଆର ସୀତାପୁର ମଣ୍ଡିରେ ଚାଷୀମାନଙ୍କୁ ଧାନ ବିକ୍ରୟ କରାଯିବା ପାଇଁ ଟୋକେନ୍‌ ପ୍ରଦାନ କରାଯାଇଛି । କିନ୍ତୁ ଧାନ ମଣ୍ଡି ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମଣ୍ଡଳର ସମ୍ପାଦକ ମିଲର ପାଖକୁ ଧାନ ଦେବାକୁ ପଠାଉଛି ମିଲର ପାଖକୁ ଚାଷୀ ଗଲେ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଦିଆଯାଇ ଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯାଇଛି କହୁଛନ୍ତି । ଯାହାଫଳରେ କି ଚାଷୀମାନେ ବ୍ଳକ ଠାରୁ ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ରହିଥିବା ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ଯାଉଛନ୍ତି । ସେମାନଙ୍କ ଗୁହାରି କିଏ ଶୁଣୁ ନାହାଁନ୍ତି । ଧାନର ଏଫଏକ୍ୟୁର ମାନ ଯାଞ୍ଚ କରିବା ନିମନ୍ତେ ପ୍ରାଥମିକ ଚାଷୀ ସମବାୟ ସମିତିର ସମ୍ପାଦକଙ୍କୁ ଏକ ଯନ୍ତ୍ର ପ୍ରଦାନ କରାଯାଇଛି କିନ୍ତୁ ସେ ଯାଞ୍ଚ କରିବା ପରିବର୍ତ୍ତେ ମିଲର ହାତରେ ଦେଖି ନିଷ୍ପତ୍ତି ନେଉଛନ୍ତି । ଯାହାଫଳରେ ମିଲର ଚାଷୀଙ୍କ ଠାରୁ ବସ୍ତା ପିଛା ୨/୩ କେଜି କାଟି ଦେଉଛନ୍ତି । ଚାଷୀର ଅଖା ପଇସା ଦେଉ ନାହାନ୍ତି । ପରିବହନ ଖର୍ଚ୍ଚ ମଧ୍ୟ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶ୍ରୀ ପାଳ ଅଭିଯୋଗ କରିଛନ୍ତି ଯେ ଇତି ମଧ୍ୟରେ ୧୫ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଟୋକେନ୍‌ ଅବଧି ଶେଷ ହୋଇଯାଇଛି । ଗୁରାଣ୍ଡି ଥାନା ପୋଲିସ, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । ରାସ୍ତାରୋକ ଯୋଗୁଁ ବହୁ ସମୟ ଧରି ପାରଳାଖେମୁଣ୍ଡିରୁ ମୋହନା ଅନେକ ଅଞ୍ଚଳକୁ ଯାତାୟାତ କରୁଥିବା ଯାନବାହାନ ବାଧାପ୍ରାପ୍ତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × three =