ପାରଳାଖେମୁଣ୍ଡି,୯/୧୦- ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ଫେଡଡେରେସନ ଓଡ଼ିଶା ଶାଖା ସଙ୍ଗଠନ ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଏମ୍ ରବି କୁମାର ଏବଂ ରାଜ୍ୟ ସଙ୍ଘର ଉପ ସଭାପତି ତଥା ଜିଲ୍ଲା ସଙ୍ଘର ସାଧାରଣ ସଂପାଦକ ଶ୍ରୀ ଦେବରାଜ ଜେନାଙ୍କ ନେତୃତ୍ୱରେ ଜିଲ୍ଲାର ୭ଟି ବ୍ଳକରୁ ୭୨୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନ୍ୟବର ଓଡ଼ିଶା ସରକାର ପଞ୍ଚମ କ ବର୍ଗରୁ ପଞ୍ଚମ ଖ ବର୍ଗକୁ ବରିଷ୍ଠ ଶିକ୍ଷକ ଭାବେ ଏବଂ ୭୪ ଜଣ ଚତୁର୍ଥ ବର୍ଗ ର ପ୍ରଧାନ ଶିକ୍ଷକଙ୍କୁ ତୃତୀୟବର୍ଗର ପ୍ରଧାନ ଶିକ୍ଷକ ଭାବେ ପଦନ୍ନତି ଦେଇ ଥିବା ହେତୁ ଏବଂ ସିଟି ଶିକ୍ଷକ ଙ୍କର ଦୀର୍ଘ ଦିନର ସମସ୍ୟାକୁ ମାନ୍ୟବର ରାଜ୍ୟ ସରକାର ଆନ୍ତରିକତାର ସହ ସମାଧାନ କରି ଥିବାରୁ ସମଗ୍ର ରାଜ୍ୟ ସହ ଜିଲ୍ଲାରେ ଶିକ୍ଷକ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ମର୍ମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କୁ ତାଙ୍କ କାର୍ଯ୍ୟଳୟରେ ସାକ୍ଷାତ କରି ଗଜପତି ଜିଲ୍ଲା ଶିକ୍ଷକ ସମାଜ ପକ୍ଷରୁ ଏକ ସମ୍ବର୍ଦ୍ଧନା ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଥା ସାତଟି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଜିଲ୍ଲା ଉପଦେଷ୍ଟା କିଶୋର କୁମାର ପଣ୍ଡା ସନ୍ତୋଷ କୁମାର ପଣ୍ଡା ଓ ବିଭିନ୍ନ ବ୍ଳକର ଶିକ୍ଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ସମସ୍ତ ସଦସ୍ୟ ବିଭିନ୍ନ ବ୍ଳକର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅନୁରୂପ ଶୁଭେଚ୍ଛା ଅଭିନନ୍ଦନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ପତ୍ର ଅର୍ପଣ କରିଥିଲେ ।