ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ନେଇ ଡେ଼ପୁଟି କଲେକ୍ଟର ଓ ବିଦ୍ୟୁତ ବିଭାଗର କାର୍ଯ୍ୟ ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଗଜପତି,୯/୬- ଗଜପତି ଜିଲ୍ଲାରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତକାଟକୁ ବିରୋଧ କରି ବିଜେପି ତରଫରୁ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଡେ଼ପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସଦରମହକୁମା ସହ ବିଭିନ୍ନ ବ୍ଳକରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ଅସୁବିଧା ହେବାସହ ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଦ୍ୟୁତ ବିଭାଗ ବିନା ସୂଚନା ଦେଇ ବାରମ୍ବାର ବିଦ୍ୟୁତ କାଟିବା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଭାଗର ଏହିଭଳି କାର୍ଯ୍ୟକୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ରହିଛି । ନଚେତ ଜିଲ୍ଲା ବିଜେପି ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବିଜେପି ଉପ ସଭାପତି ଜଗନ୍ନାଥ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନା, ଯୁବ ମୋର୍ଚ୍ଚାର କାର୍ଯ୍ୟ କାରିଣୀ ସଦସ୍ୟ ପି. କ୍ରାନ୍ତୀ,ଗଜପତି ଜିଲ୍ଲା ବିଜେପି ସମ୍ପାଦିକା କେ. ପୂଣ୍ୟବତୀ,କେ. ଯୁବରାଜ ପ୍ରମୁଖ ଉପସ୍ଥିତ ଥିଲେ ।