ଗଜପତି ଜିଲ୍ଲାରେ କୋଭିିଡପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

0 155

ଗଜପତି,୧୬/୫- କରୋନା ପଜିଟିଭ ରୋଗୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ ଟି ଲେଖାଏଁ ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ କିନ୍ତୁ ମୋହନା ପଞ୍ଚାୟତ ସମିତିରେ ୪ ଗୋଟି ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ଅନ୍ୟପଟେ ପୂର୍ବରୁ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ ପ୍ରତି ପଞ୍ଚାୟତ ସମିତିରେ ଗୋଟିଏ ଗୋଟିଏ କାର୍ଯ୍ୟରତ ଅଛି । ସେଥିମଧ୍ୟରୁ ପାରଳାଖେମୁଣ୍ଡିରେ ଗୋଟିଏ ଅତ୍ୟାଧୁନିକ ଜୀବନ ରକ୍ଷା କରିବା ଆମ୍ବୁଲାନ୍ସ ଥିବା ବେଳେ ମୋହନା ରେ ମୌଳିକ ସୁବିଧା ଥିବା ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ସେହିପରି ଜିଲ୍ଲାରେ ୧୦୨ ଆମ୍ବୁଲାନ୍ସ ୬ ଗୋଟି କାର୍ଯ୍ୟରତ ଅଛି । ଯାହାକି ମାତୃ ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟରତ ଅଛି । ସେହିପରି ୪ ଗୋଟି ଆମ୍ବୁଲାନ୍ସ ଯାହାକି ଜିଲ୍ଲାର ନିଜସ୍ୱ ଆମ୍ବୁଲାନ୍ସ ପୂର୍ବରୁ କାର୍ଯ୍ୟରତ ଅଛି । ଉପରୋକ୍ତ ବିଷୟ ଉପରେ ଆଧାରିତ ଆମ୍ବୁଲାନ୍ସକୁ ଛାଡି ଦେଇ କେବଳ କୋଭିଡ ପାଇଁ ୨୯ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି ଯେଉଁଥିରେ ଅମ୍ଳଜାନର ବ୍ୟବସ୍ଥା ଅଛି । ଏହା କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଏବଂ ରେପିଡରେଷ୍ପନସ ଟିମ ଦ୍ୱାରା ବ୍ୟବହାର କରାଯାଉଛି । ଏହା ସହ ୧୦୮ ଆମ୍ବୁଲାନ୍ସ ମଧ୍ୟରୁ ଅତ୍ୟାଧୁନିକ ଜୀବନ ରକ୍ଷା ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ମଧ୍ୟ କୋଭିଡ ପାଇଁ ବ୍ୟବହୃତ ହେଉଛି । ଏହାର ପରିଚାଳନା ପାଇଁ ଜିଲ୍ଲାର ଜଣେ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେଠାକାର ଭାରପ୍ରାପ୍ତ ମେଡ଼ିକାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଜିଲ୍ଲାରେ ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ଆବଶ୍ୟକ ଅନୁସାରେ ସେମାନେ ଏହାକୁ ବ୍ୟବହାର କରିପାରିବେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

16 + 13 =