ପାରଳାଖେମୁଣ୍ଡି,୨୧/୧୨- ସଂଯୁକ୍ତ କୃଷକମୋର୍ଚ୍ଚାର ଆହ୍ୱାନକ୍ରମେ ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିିତି ଶାଖା ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପାରଳାଖେମୁଣ୍ଡିସ୍ଥିତ ସିପିଆଇଏମ ଜିଲ୍ଲା କାର୍ଯ୍ୟାଳୟରେ କୃଷି ଆଇନକୁ ବିରୋଧକରି ଆନ୍ଦୋଳନରେ ସାମିଲହୋଇ ମୃତ୍ୟୁବରଣ କରିଥିବା ୨୯ଜଣ କୃଷକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିକେଏମୟୁର ରାଜ୍ୟ ସଭାପତି ତଥା ସିପିଆ ଜିଲ୍ଲା ସଂପାଦକ ଜେନା ସୁବାସଚନ୍ଦ୍ର ରାଓ, ସିପିଆଇଏମ ଜିଲ୍ଲା ସଂପାଦକ ଦଣ୍ଡପାଣି ରଇତ, ଆଇନଜୀବୀ ଉପେନ୍ଦ୍ର ନାୟକ, ସିପିଆଇଏମଏଲର ଶ୍ରୀନିବାସ ବେହେରା, ସିଆଇଟିୟୁର ପି. ମୂରଲୀ କ୍ରିଷ୍ଣା, ଦଳିତ ନେତା ମୋହିତ ମିଶାଲ, ଇସମାଇଲ ଶବର, ଏମ ବାଙ୍ଗାରୀ, ଆଦିବାସୀ ନେତା ନୀଳ ରାୟପାତ୍ର, ହେମନ୍ତ ଶବର ଓ ରାଉତ ଚନ୍ଦ୍ରଶେଖର ଦେଓଙ୍କ ସମେତ ବହୁ ବାମପନ୍ଥୀ ନେତା ଓ କର୍ମୀ ଯୋଗଦେଇଥିଲେ ।