ପାରଳାଖେମୁଣ୍ଡି,୧୭/୧୦- ରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମ ଆଜି ପାରଳାଖେମୁଣ୍ଡି ଠାରେ ଉଦଘାଟିତ ହୋଇଯାଇଛି । ପାରଳା ପୌରପରିଷଦ ତରଫରୁ ଗତ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଉଦଯାପିତ ହୋଇଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲାପାଳ ଅନୁପମ ସାହା, ପାରଳା ବିଧାୟକ କେ ନାରାୟଣ ରାଓ, ପାରଳା ରାଜକୁମାରୀ କଲ୍ୟାଣି ଗଜପତି ଯୋଗ ଦେଇ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ୮୯୦ ଜଣ ଯୋଗ୍ୟତା ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ପୌର ପରିଷଦର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିଥିଲେ ।