ପୌର ପରିଷଦ କାର୍ଯ୍ୟାଳୟରେ ପଡିରହିଛି ଡଷ୍ଟବିନ ୱାର୍ଡବାସୀଙ୍କୁ ମିଳିବ କେବେ ?

0 121

ପାରଳାଖେମୁଣ୍ଡି,୫/୧୦- ଗଜପତି ଜିଲ୍ଲା ପୌର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବପୁରାତନ ପୌର ପରିଷଦ ଅଟେ । ସହରକୁ ସ୍ୱଚ୍ଛ ସୁନ୍ଦର କରିବା ସକାଶେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଉଛି ଏବଂ ଅର୍ଥ ମଧ୍ୟ ପାଣି ଭଳି ଖର୍ଚ୍ଚ ହେଉଛି ସହରର ପ୍ରତି ୱାର୍ଡ଼ରେ ୱାର୍ଡବାସୀଙ୍କୁ ଦୁଇଟି ଲେଖାଏଁ ଡ଼ଷ୍ଟବିନ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ପୌର ପରିଷଦ ପକ୍ଷରୁ ଆସୁଥିବା ବର୍ଜ୍ୟବସ୍ତୁ ଗାଡ଼ିରେ ଦେବା ସକାଶେ ସହରବାସୀଙ୍କୁ ପୌର ପରିଷଦ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା କିନ୍ତୁ ଆଜିପର୍ଯ୍ୟନ୍ତ ସହରର କିଛି ୱାର୍ଡରେ ପୌର ପରିଷଦ ପକ୍ଷରୁ ଡ଼ଷ୍ଟବିନ ଦିଆଯାଇ ନଥିବା ଅଭିଯୋଗ ଆସିଥିବାବେଳେ କିଛି ଡ଼ଷ୍ଟବିନ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ପଡିରହିଥିବାର ଦେଖିବାକୁ ମିଳିଛି । ତୁରନ୍ତ ଏହି ଡ଼ଷ୍ଟବିନକୁ ନପାଇଥିବା ୱାର୍ଡରେ ବଣ୍ଟନ କରାଗଲେ ୱାର୍ଡ଼ବାସୀ ଉପକୃତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

fourteen + seventeen =