ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରା କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

0 97

ଗଜପତି,୧୯/୬- ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଆଜି ବିଜେପି କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନରମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ସେମାନଙ୍କ ସାଧାରଣ ଜୀବନଯାପନରେ କିଛି ସାହାଯ୍ୟ କରିବା ପାଇଁ ବିଧାୟକ ପାରଳାଖେମୁଣ୍ଡିରେ ଥିବା ପ୍ରାୟ ୧୫ ଜଣ କିନ୍ନର ପ୍ରତ୍ୟେକଙ୍କୁ ୨୫ କେଜି ଚାଉଳ ସହ ଆଳୁ ପିଆଜ ଡାଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ମହିଳା ନେତ୍ରୀ ପି. ଲତା, ବରିଷ୍ଠ ବିଜେପି ନେତା ବିଭୁତି ଭୂଷଣ ବେହେରା, ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କିନ୍ନର ସଂଘ ପକ୍ଷରୁ ସଭାପତି ମଧୁ କିନ୍ନର, ସଂପାଦକ ଅବଦୁଲ କିନ୍ନର ଓ ଅନ୍ୟାନ୍ୟ ପ୍ରାୟ ୧୫ କିନ୍ନର ଉପସ୍ଥିତ ରହି ସାମଗ୍ରୀ ଗ୍ରହଣ କରିଥିଲେ ଓ ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =