ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ

0 133

ପାରଳାଖେମୁଣ୍ଡି,୧୮/୧୦(ହୀ.ପ୍ର)- ଗଜପତି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଟ୍ୟନିର୍ଦ୍ଦେଶକ, ନାଟ୍ୟକାର, କଳାକାର ତଥା ନାଟ୍ୟ ସଙ୍ଗଠକ ଓ ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଠାରେ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ସ୍ୱର୍ଗତ ପଣ୍ଡାଏକାଧାରରେ ଜଣେ କଳାକାର, ନାଟ୍ୟକାର, ନିର୍ଦ୍ଦେଶକ ଏବଂ ନାଟ୍ୟସଙ୍ଗଠକ ଥିଲେ । ନାଟକ ପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରି ଦେଇ ଥିଲେ । ନିଜ ଜୀବନ କାଳରେ ୫୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇ ଥିଲେ ।ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ନାଟ୍ୟ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ବୋଲି ନାଟ୍ୟ ପ୍ରେମୀ ମାନେ ମତ ଦେଇଛନ୍ତି । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ,ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ, ନାଟ୍ୟକାର ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର,ଆଇନଜୀବୀ ଗ ପୃଥିବୀରାଜ୍‌, ଯୁବନେତା ରାମସ୍ୱାମୀ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପୂର୍ବତନ ବିଧାୟକ କେ ସୁରିୟା ରାଓ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିଭଳି କ୍ରିଏଟିଭ ଆର୍ଟସ,ତରଙ୍ଗ ରଙ୍ଗ, ସମଲେଇ ନୃତ୍ୟ କଳା ପରିସଦ,ମୂର୍ଛନା କଳା ପରିଷଦ, ଭକ୍ତି ସଙ୍ଗୀତ ସାଂସଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଛି ଓ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା,ଗଣେଶ ରାଜୁ,ରୂପେଶ ସାହୁ, ଆଦର୍ଶ ଦାସ,ରାମ ଗୋବିନ୍ଦ ଆଚାର୍ଯ୍ୟ, ବାସୁଦେବ ଦାସ, ହରିହର ପଟ୍ଟନାୟକ, ରଶ୍ମିରଞ୍ଜନ ମିଶ୍ର, ଜିତେନ୍ଦ୍ର ବାରିକ, ନଗେଶ୍ୱର ମହାପାତ୍ର, ବାପି ପଣ୍ଡା, ବିବେକା ନନ୍ଦ ବେହେରା,ସୁଜିତ ବିଷୋୟୀ, ସୀତାନାଥ ପଣ୍ଡା, ପ୍ରଭାତ କୁମାର ପାତ୍ର, ଶିଶିର କୁମାର ଗୌଡ଼,ବିଧାନଚୌଧୁରୀ, ଦ୍ୱିଜେନ୍ଦ୍ର ନାଥ ପାଢୀ, ବିଜୟ ଗୌଡ଼,କୁଞ୍ଜ ବିହାରୀ ବଡ଼କୁମର, ଦିଲ୍ଲୀପ ଶତପଥୀ,କୃଷ୍ଣ କୁମାର ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପଟ୍ଟନାୟକ ଏହିପରି ଜିଲ୍ଲାର ବହୁ ସାମ୍ବାଦିକ ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଗୋଶାଣି ବ୍ଳକର ଭିନଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ତେଣୁ ଶିକ୍ଷକ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

twelve + 5 =