ଗଜପତି,୮/୬- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ଗତ ଜୁନ ୫ ତାରିଖରେ ପରଲୋକ ହୋଇଯାଇଥିଲା । ଗତ ମେ ୧୮ ତାରିଖରୁ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର କୃଷ୍ଣ ପ୍ରସାଦଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ସେଠାରୁ ପୁଣି ତାଙ୍କୁ ଆନ୍ଧ୍ରର ବିଶାଖାପାଟନମ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଜୀବନ ସହ ଲଢେଇ କରି ଗତ ଜୁନ ୫ ତାରିଖ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, । ତାଙ୍କ ବିୟୋଗରେ ସାମ୍ବାଦିକ ଜଗତ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ତାଙ୍କ ବିୟୋଗ ରେ ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପାରଳାଖେମୁଣ୍ଡି ନଗର ଭବନ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ପ୍ରସାଦ ଜଣେ ଶାନ୍ତ ସରଳ ବନ୍ଧୁବତ୍ସଳ ବ୍ୟକ୍ତିତ୍ୱ ଥିବା ଯୋଗୁଁ ସହକର୍ମୀ ସାମ୍ୱାଦିକ ମାନେ ଆଜି ତାଙ୍କର ସ୍ମୁତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅମିତ୍ ପଟ୍ଟନାୟକ, ବିବେକା ନନ୍ଦ ବେହେରା, ବାସୁଦେବ ଦାସ, ପି. ଅନିଲ, ଗିରିଧାରୀ ପରିଛା, ହରିହର ପଟନାୟକ, ସୀତାନାଥ ପଣ୍ଡା, ସୁଜିତ ବିଷୋୟୀ, ଶ୍ରୀକାନ୍ତ ମହାରଣା, ଏସ. ଋଷି, ଏମ. ଶେଖର, ଆଦର୍ଶ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରସାଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।