ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ

0 98

ଗଜପତି,୯/୭- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଞ୍ଜାମ ବିଭାଗ ସହ-ପ୍ରଚାର ପ୍ରମୁଖ ମୁନୀନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀମାନେ ଦେଶର ମେରୁଦଣ୍ଡ ଅଟନ୍ତି । ନିଜକୁ ଜଣେ ସୁନାଗରିକ ଭାବେ ଗଢିତୋଳିବା ସହ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ପ୍ରମୁଖ ଦାୟିତ୍ୱ ଓ ଭୂମିକା ରହିଛି ବୋଲି ଶ୍ରୀ ଶବର କହିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୯୪୯ମସିହା ଜୁଲାଇ ମାସ ୯ତାରିଖରେ ଗଠନ କରାଯାଇଥିଲା । ବିଦ୍ୟାର୍ଥୀମାନେ ସୁନାଗରିକ ହେବାସହ ରାଷ୍ଟ୍ରକୁ ସମଗ୍ର ବିଶ୍ୱରେ ପରମ ବୈଭବଶାଳୀ କରିବା ନିମନ୍ତେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସହସମ୍ପାଦକ ତଥା ଆଦିବାସୀ ଛାତ୍ର ପ୍ରମୁଖ ସମୀର ମଣ୍ଡଳ, କାହ୍ନା ମହାପାତ୍ର, ଛାତ୍ରୀ ପ୍ରମୁଖ ସୁଦେଷ୍ଣା ମହାରାଣା, ପାଠଶାଳା ପ୍ରମୁଖ ଆକାଂକ୍ଷା ଖଡଗରାୟ ଓ ଉପଦେଷ୍ଠା ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

11 − one =