ଗଜପତି,୧୯/୫- ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ରତନତାଳସିଂ ଗ୍ରାମରେ ଏକ ବାହାଘର ଉତ୍ସବ କରାଯାଇଥିଲା । କୋଭିଡ ୧୯କୁ ଉଲ୍ଲଘଂନ କରାଯାଇ ବହୁସଂଖ୍ୟକ ଲୋକମାନଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ଏନେଇ ଖବର ପାଇ ରାୟଗଡ ତହସିଲଦାର ଗେରାବନ୍ଧ ଥାନା ଅଧିକାରୀ ପହଞ୍ଚି ବିବାହ ଭୋଜି ବନ୍ଦ କରିଥିଲେ । କୋଭିଡ ୧୯ ଗାଇଡ ଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ରାୟଗଡ ତହସିଲଦାର ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ଭୋଜିକୁ ଗ୍ରାମରେ ବାଣ୍ଟିିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।