ଅନ୍ଧବିଶ୍ୱାସ ଦୂର ପାଇଁ ପ୍ରଶାସନର ମାଗଣା ସ୍ୱାସ୍ଥ୍ୟ ଶିବିର

0 96

ଗଜପତି,୭/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧ ଏବଂ ୨ନଂ ୱାର୍ଡ଼ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧବିଶ୍ୱାସ ଦୂର କରିବାପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ବିଭାଗର ପରାମର୍ଶ ଦାତା ଏବଂ ମାନସିକ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତାଙ୍କ ଦ୍ୱାରା ଗୁଣି ଗାରେଡିକୁ ବିଶ୍ୱାସ କରୁଥିବା ପରିବାରଙ୍କୁ ଅନ୍ଧ ବିଶ୍ୱାସରୁ ଦୂରେଇ ରହିବା ଏବଂ ଚିକିତ୍ସା ଭେଷଜ ଓ ହୋମିଓପ୍ୟାଥିକ ଆୟୁର୍ବେଦିକକୁ ବିଶ୍ୱାସ କରିବା ଲାଗି ବିଭିନ୍ନ ଉଦାହରଣ ସହ ପରାମର୍ଶ ଦିଆଯାଇଛି । ଆଜି ସେହିସବୁ ଅଞ୍ଚଳର ଲୋକମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସେ ଅଞ୍ଚଳର ଆଶା ଦିଦି, ଅଙ୍ଗନୱାଡି କର୍ମୀ,ସ୍ୱଚ୍ଛସାଥିଙ୍କ ଦ୍ୱାରା ଘର ଘର ବୁଲି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ରହିବାଲାଗି ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଯୋଗଦେଇ ଲୋକମାନଙ୍କର ଆବଶ୍ୟକ ଅନୁସାରେ ବିଭିନ୍ନ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୌରପାଳିକାର କାର୍ଯ୍ୟକର୍ତ୍ତା ପରିଚାଳନା କରିଥିବାବେଳେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ସୁବ୍ରତ ଜମାଦାର, ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × five =