ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି

0 138

ପାରଳାଖେମୁଣ୍ଡି,୧୧/୮: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜର ବ୍ୟାପିବାର ଦେଖିବାକୁ ମିଳୁଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍ୱାସ୍ଥ୍ୟ ବିଭାଗ ଏବଂ ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଏଏନ୍‌ଏମ୍‌, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ ପୂର୍ବକ ରାଲି କରିଥିଲେ । ବିଶେଷଭାବେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭାବ ବଢୁୁଥିବା ଦେଖିବାକୁ ମିଳୁଥିବାବେଳେ ଗଜପତି ଜିଲ୍ଲାରେ ଏହାର ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଘର ନିକଟରେ ପାଣି ନ ଜମାଇବାସହ ନିକଟ ପରିବେଶ ସ୍ୱଚ୍ଛ ରଖିବା ଓ ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ୱାର୍ଡ ବାସିନ୍ଦାଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉଡାନ ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟ, ମିଶନ ଶକ୍ତିର ସ୍ୱସ୍ତିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଗାୟତ୍ରୀ ରାଜ, ଆଶାକର୍ମୀ ରଞ୍ଜିତା ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ବି. ସାରଦା, ସ୍ୱାସ୍ଥ୍ୟ କର୍ମୀ ଆରତୀ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × four =