ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

0 104

ଗଜପତି,୨/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିଯୁକ୍ତି ଆବେଦନର ବୟସ ସୀମା ୩୨ରୁ ୪୨ ବର୍ଷ ବୃଦ୍ଧି ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରାବାଜି କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ନବୀନ ସରକାର ୨୧ ବର୍ଷର ଶାସନପରେ ମଧ୍ୟ ଯୁବ ପିଢ଼ି ନିଯୁକ୍ତି ନପାଇ ଦିଗହରା ହେବାସହ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି । ସରକାର ଯୁବପିଢୀଙ୍କୁ ଅଧିକ ପ୍ରୋତ୍ସାହନ ଦେବା କଥା କିନ୍ତୁ ତାହା ନ କରିବା ଦ୍ୱାରା ଯୁବ ପିଢୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶା ଷ୍ଟାଫ ସିଲେସନ କମିଶନ,ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲିଥିବା ପଦବୀ ଗୁଡିକ ନିୟମ ଅନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବା କଥା କିନ୍ତୁ ତାହା ଠିକ ସମୟରେ ପୂରଣ ନ ହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଓଡ଼ିଶା ସରକାର ୩୨ ବର୍ଷରେ ସରକାରୀ ଚାକିରୀ ପାଇବାପାଇଁ ସୀମିତ ରଖୁଥିବାରୁ ବହୁ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ଏହି ବୟସ ସୀମାରେ କୋହଳ କରାଯାଇଥିବାବେଳେ ଓଡ଼ିଶାରେ ତାରତମ୍ୟ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭକରି ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ରହୁଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଚାକିରୀ ବୟସ ସୀମା ବୃଦ୍ଧି କରାଗଲେ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିବେ ବୋଲି ଜିଲ୍ଲା ଯୁବ କଂଗ୍ରେସ କମିଟି ପ୍ରସ୍ତାବ ରଖିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven + 8 =