ବିନାଭକ୍ତରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

0 80

ଗଜପତି,୨୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆଜି ବିନା ଭକ୍ତରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ସରିବା ପରେ ସ୍ନାନ ମଣ୍ଡପକୁ ଘଣ୍ଟ ବଜାଇ ତିନି ଠାକୁରଙ୍କୁ ନିଆ ଯାଇଥିଲା । ସେଠାରେ ଠାକୁରଙ୍କୁ ଆଳତୀ କରାଯାଇ ସ୍ନାନ ମଣ୍ଡପରେ ପଇଡ଼ ପାଣିରେ ସ୍ନାନ କରାଯାଇଥିଲା । ପରେ ଠାକୁରଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା ।

hiring

ଚଳିତ ବର୍ଷ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଆଶଙ୍କା କରି ସକାଳ ୬ ଘଣ୍ଟା ରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିସରର ୧୦୦ମିଟର ଚତଃୁପାର୍ଶ୍ୱରେ ୧୪୪ ଧାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗୁ କରା ଯାଇଛି । ଏଥିରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଉ ଥିବାର ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ ପୋଲିସ ମୃତୟନ କରାଯାଇଛି । ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସ୍ନାନ ମଣ୍ଡପ ସ୍ଥିତି ପରଖିବା ସକାଶେ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କ ଦ୍ୱାରା ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି ।

hiranchal ad1
Leave A Reply

Your email address will not be published.

15 − four =