ବନ ମହୋତ୍ସବ ସପ୍ତାହ ଉଦଘାଟନ ସହ କରୋନା ସଚେତନତା

0 72

ଗଜପତି,୨/୭- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହର ଉଦଘାଟନ ସହ କରୋନାର ସଚେତନତା ତାଲିମ ଅନଲାଇନ ମିଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାରା ଶର୍ମା ଆଇପିଏସ (ସମ୍ବଲପୁର ଭିଜିଲାନ୍ସ ଡିଭିଜନ), ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେହେରା ଯୋଗ ଦେଇଥିବାବେଳେ ଅତିଥି ଭାବେ ଶ୍ରୀ ନବୀନ କୁମାର ନାୟକ ରିଜିଓନାଲ ଡ଼ାଇରେକ୍ଟର ନେହେରୁ ଯୁବ କେନ୍ଦ୍ର, ରୀତା ଭଗତ ଷ୍ଟେଟ ଡ଼ାଇରେକ୍ଟର ନେହେରୁ ଯୁବ କେନ୍ଦ୍ର,ବିମଳ ପାଟ୍ରିକ ସାହା ଡେପୁଟି ଡ଼ାଇରେକ୍ଟର ନେହେରୁ ଯୁବ କେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ଟି ଜିଲ୍ଲା ଯୋଗ ଦେଇ ଥିଲେ ଏବଂ ୬୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଓ ଯୁବକ ସଙ୍ଘ ଜଡିତ ଥିଲେ । ଏହି କାର୍ଯ୍ୟକ୍ରମରେ ରିସର୍ଚ୍ଚ ପରସନ ହିସାବରେ ଶ୍ରୀ ଗୌରାଙ୍ଗ ଯୋଗଦେଇ କୋଭିଡ ସମୟରେ ଅର୍ଥନୀତି ଉପରେ ପଡିଥିବା କୁପ୍ରଭାବର ସମାଧାନ ସହ ବନ ମହୋତ୍ସବ ସପ୍ତାହ ଉପରେ ଆଲୋକପାତ କରିଥିଲେ । ଏହିକାର୍ଯ୍ୟକ୍ରମଟି ଗଜପତି ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + twenty =