ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ

0 176

ପାରଳାଖେମୁଣ୍ଡି,୧୨/୧୨- କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଜନସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । .ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନୀରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସଂପର୍କରେ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ରାଜ୍‌୍ୟ ସରକାର ବର୍ତ୍ତମାନର ସବନିମ୍ନ ସହାୟକ ମୂଲ୍ୟ ସହ ଅତିରିକ୍ତ ୫ଶହ ଟଂକା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏହା ସହ ଆସନ୍ତା ଡିସେମ୍ବର ୧୫ ରୁ ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି । ଦେଶର ଜିଡିପି ବୃଦ୍ଧିରେ କୃଷକ ମାନଙ୍କର ମୁଖ୍ୟ ଭୂମିକା ଥିବା ବେଳେ କୃଷକ ମାନଙ୍କ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି । ବିମୁଦ୍ରୀକରଣ, ଜିଏସ୍‌ ଟି ନାମରେ ବିରାଟ ଠକେଇ, ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି ପରେ ଏବେ ବହୁରାଷ୍ଟ୍ରୀୟ କଂପାନୀଙ୍କ ଫାଇଦା ପାଇଁ ଚାଷୀମାନଙ୍କୁ ସର୍ବସ୍ୱାନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ହୀନ ଷଡଯନ୍ତ୍ର କରିଛନ୍ତି ବୋଲି ଲୋକସଭା ପ୍ରାଥି ୱାଇ.ଚନ୍ଦ୍ରଶେଖର ନାଇଡୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ଗଂଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ,ଶିବରାମ ପାତ୍ର,କୁନା ମାଝୀ,ଛାତ୍ର ନେତା ପତିତ ଗନ୍ତାୟତ,ତଥସତ ସୁବୁଦ୍ଦି,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 + three =