ରାମମନ୍ଦିର ନିର୍ମାଣ ନିଧି ସଂଗ୍ରହ ସକାଶେ ସାମ୍ବାଦିକ ସମ୍ମିଳନୀ

0 92

ପାରଳାଖେମୁଣ୍ଡି,୧୬/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ନିଧି ସଂଗ୍ରହ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଓଡ଼ିଶା ଗଜପତି ଜିଲ୍ଲା ଶାଖା ତରଫରୁ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଜାନୁଆରୀ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ଦିନ ନିଧି ସଂଗ୍ରହ କରାଯିବ ବୋଲି ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ୧୨ଶହ ଗ୍ରାମର ସାଢେ ତିନି ଲକ୍ଷ ପରିବାର ସହ ଯୋଗାଯୋଗ କରାଯିବ । ଏଥି ନିମନ୍ତେ ୧୮୫ଟି ଗ୍ରୁପ ଗଠମ କରାଯାଇଛି । ଆଜିଠାରୁ ନିଧି ସଂଗ୍ରହ ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି । ଅଗଷ୍ଟ୨୦୨୦ ମସିହାର ଭାରତ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିବା ୧୦/୧୦୦/ ୧୦୦୦ ଟଙ୍କା କୂପନ ମାଧ୍ୟମରେ ପରିବାର ସଂପର୍କ କରି ସଂଗ୍ରହ କରାଯିବ ।ଟ୍ରଷ୍ଟ ତରଫରୁ ପ୍ରସ୍ତୁତ କରାଯାଇ ଥିବା ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ସଂଗୃହିତ ହୋଇଥିବା ରାଶିକୁ ଡିପୋଜଟ କରାଯିବ ଏବଂ ଜିଲ୍ଲାରେ ୨୩ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ, ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଗଠନ ସମ୍ପାଦକ ବିଶ୍ୱାମିତ୍ର୍ର ମହନ୍ତ, ଜିଲ୍ଲା ସଙ୍ଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ, ଗଞ୍ଜାମ ବିଭାଗ କାର୍ଯ୍ୟକାରିଣୀ ସଦସ୍ୟ ଅନାଦି ପାଣିଗ୍ରାହୀ, ଅଭିଯାନର ପାରଳାଖେମୁଣ୍ଡି ନଗର ପ୍ରମୁଖ ବିନୋଦ ଚନ୍ଦ୍ର ଜେନା ଓ ସ୍ୱାଗତ ସମିତି ଅଧ୍ୟକ୍ଷ ମହନ୍ତ ରାମାନନ୍ଦ ଦାସ, ମୁନିଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଗୁରୁମା ଓ ଗୁରୁଜୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − six =