ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ

0 129

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌରପରିଷଦ ପକ୍ଷରୁ ବଜାର ନିକଟରେ ଦୁଇ ଚକିଆ ଓ ଚାରି ଚକିଆଯାନ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ରହିଛି । କିନ୍ତୁ ଲୋକେ ବଜାରକୁ ଆସିଲେ ଦୁଇଚକିଆ ଯାନ ବିଭିନ୍ନ ଦୋକାନ ସମ୍ମୁଖରେ ବା ବଜାରକୁ ଯିବା ମୁଖ୍ୟ ରାସ୍ତାରେ ଦୁଇଚକିଆଯାନ ଜନସାଧାରଣ ରଖିବା ଦ୍ଵାରା ଟ୍ରାଫିକ ସମସ୍ୟା ଉପୁଜୁଛି । ଯାହାଦ୍ୱାରା ରାସ୍ତାରେ ଯାତାୟାତ ମଧ୍ୟ କଷ୍ଟସାଧ୍ୟ ହେଉଛି ।ଏଥିପ୍ରତି ପାରଳା ପୌରପରିଷଦ ବଜାରକୁ ଆସୁଥିବା ଜନ ସାଧାରଣଙ୍କୁ ସଚେତନତା କରାଇଲେ ଟ୍ରାଫିକସମସ୍ୟା ଦୁର ହୋଇପାରିଥାନ୍ତା ଏବଂ ପୌରପରିଷଦକୁ ମଧ୍ୟ ରାଜସ୍ବ ଅଧିକ ହୋଇ ପାରିଥାନ୍ତା ଏଥିପ୍ରତି ପୋୖରପରିଷଦ ଗୁରୁତ୍ୱ ଦେଉ ନ ଥିବାରୁ ସହରର ମଧ୍ୟ ଭାଗରେ ଟ୍ରାଫିକ ସମସ୍ୟା ଦୀର୍ଘଦିନ ହେଲା ସମସ୍ୟା ଲାଗିରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ସହରର ମଧ୍ୟ ଭାଗରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

eight + 3 =