ଦୈତ୍ୟନଗରୀରେ ହେବନି ଗଣେଶ ପୂଜା

0 74

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରଦେବତା ପ୍ରଭୁ ଗଜାନନଙ୍କ ଗଣେଶ ଚତୁର୍ଥୀ ଉତ୍ସବ ଚଳିତ ବର୍ଷ ହେବନାହିଁ । ମହାମାରୀ କରୋନାର ସଂକ୍ରମଣ ସ୍ଥିତି ରାଜ୍ୟରେ ପ୍ରଶମିତ ହୋଇନଥିବାରୁ ଧାର୍ମିକ ପୀଠରେ ପ୍ରଭୁଙ୍କ ଉପାସନା ପାଇଁ ଜନସାଧାରଣ ସମବେତ ହେବାର ଭୟ ଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଦୈତ୍ୟନଗର କଟକ ଓ ଭୁବନେଶ୍ୱରରେ ଏହାକୁ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଧାର୍ମିକ ସମାବେଶ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ନକରିବା ବାରଣ ଥିବାରୁ ଚଳିତ ବର୍ଷ ଏହି ପୂଜା ଅନୁଷ୍ଠିତ ହେବନାହିଁ । ଅନ୍ୟ ଯେଉଁଠାରେ ଗଜାନନଙ୍କ ପୂଜା ଅନୁଷ୍ଠାନ ହେବ ସେଠାରେ ୧୦ଜଣରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ହେବନାହିଁ । ସାମାଜିକ ଦୂରତା ମଧ୍ୟରେ ଏହାକୁ ପାଳନ କରାଯାଇପାରେ ।

hiranchal ad1
Leave A Reply

Your email address will not be published.

nine + sixteen =