ବ୍ରହ୍ମପୁର ସାମନ୍ତରାୟ ଏକାଡେମୀ ଯୋଡ଼ିଲା ଅନ୍ୟ ଏକ ସଫଳତା

0 87

ବ୍ରହ୍ମପୁର,୯/୭ : ବ୍ରହ୍ମପୁର ନିବାସୀ ସୁବେଦାର ମେଜର କୃଷ୍ଣଚନ୍ଦ୍ର ସାହୁ ଓ ରାଜଲକ୍ଷ୍ମୀ ସାହୁଙ୍କ ସୁପୁତ୍ର ସୌମ୍ୟ ରଞ୍ଜନ ସାହୁ ସର୍ବଭାରତୀୟ ସ୍ଥର ଏନଡ଼ିଏ (ନେସନାଲ ଡିଫେନ୍ସ ଏକାଡେମୀ )ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪ଲକ୍ଷ ପ୍ରତିଯୋଗୀଙ୍କ ମଧ୍ୟରେ ୮୩ ନମ୍ବର ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନାଯୋଗ୍ୟ ପ୍ରଥମେ ସୌମ୍ୟ ରଞ୍ଜନ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ଏସଏସବି ଇଣ୍ଟରଭିଉ ଏବଂ ମେଡିକାଲରେ ମଧ୍ୟ ସଫଲତା ଅର୍ଜନ କରି ଆଜି ଏହି ସ୍ଥାନକୁ ଅଧିକାର କରଛନ୍ତି । ସୌମ୍ୟଙ୍କ ଏହି ସଫଳତାର ଶ୍ରେୟ ସେ ନିଜ ବାପା,ମାଆ ଓ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟଙ୍କୁ ଦେଇଛନ୍ତି । ଦେବେଶ ସାମନ୍ତରାୟ କୁହନ୍ତି ଏହି କୃତିତ୍ୱ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ଯୁବ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟକାରୀ କରିବ । ବର୍ତ୍ତମାନ ଅଧିକରୁ ଅଧିକ ଯୁବପିଢି ସେନାବାହିନୀରେ ଅଫିସର ଭାବେ ଯୋଗ ଦେବାକୁ ମନ ବୃତ୍ଥି ରଖିବେ ବୋଲି ପିତା କୃଷ୍ଣଚନ୍ଦ୍ର କହିଛନ୍ତି ,ଏବଂ ସେନାରେ ୩୦ବର୍ଷ ସେବାପରେ ପୁଅ ସୌମ୍ୟଙ୍କ ଏନ ଡି ଏ ଯୋଗ୍ୟ ବିବେଚିତ ପାଇଁ ଗର୍ବିତ । ଏହା ପରିବାର ଠାରୁ ଆରମ୍ଭ କରି ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ । ପୂର୍ବରୁ ମଧ୍ୟ ବହୁତ ଯୁବପିଢ଼ି ଏହି ଅନୁଷ୍ଠାନରୁ ଶିକ୍ଷାଦାନ କରି ସୁନାମ ଅର୍ଜନ କରିବା ସହିତ ଆଦର୍ଶର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =