ମଦମୁକ୍ତ ଅଞ୍ଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

0 99

ଗଞ୍ଜାମ,୨୪/୭: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦାଣ୍ଡିଶ୍ୱର ଛକରେ ନିକଟରେ ସ୍ଥାନୀୟ ମହିଳାମାନେ ମଦମୁକ୍ତ ଅଞ୍ଚଳ ଭାବେ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ ଯେପରି ଏହି ଛକରେ ମଦବିକ୍ରି ନହେବ ସେଥିପାଇଁ ସଂକଳ୍ପ ନେଇଛନ୍ତି । କିଛିଦିନ ତଳେ ମହିଳାମାନେ ଏକ ରାଲି କରି କୋଦଳା ଥାନା ଓ କୋଦଳା ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଥିଲେ ଓ କୋଦଳା ଦାଣ୍ଡିଶ୍ୱର ଛକରେ ମଦ ବନ୍ଦ କରିବାପାଇଁ ଅଭିଯୋଗ ଆଣିଥିଲେ । ଯାହାଫଳରେ କୋଦଳା ଆଇ ଆଇ ସି ଦେବାଶିଷ ମହାନ୍ତି ସେହି ଛକରେ ଜଣେ ହୋମଗାର୍ଡକୁ ଡିୟୁଟିରେ ଲଗାଇଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ଲୋକମାନେ ମଦ ପିଇ ବିଭିନ୍ନ ଅସାମାଜିକ କାମ କରିବା ସହ ରାତି ଅଧରେ ଘରକୁ ଯାଇ ନିଶାଶକ୍ତ ଅବସ୍ଥାରେ ଘର ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଆଗାମୀ ଦିନରେ ଏହିଛକରେ ଯଦି ମଦ ବିକ୍ରି ହୁଏ ତାହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two − 1 =