ଗଞ୍ଜାମ ଜିଲ୍ଲା ବସ କର୍ମଚାରୀ ସଂଘର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

0 85

ବ୍ରହ୍ମପୁର,୧/୭- ଯେଉଁଦିନଠାରୁ କରୋନା ଆରମ୍ଭ ହେଲା ସେହିଦିନ ଠାରୁ ଘରୋଇ ବସ କର୍ମଚାରୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଗତବର୍ଷ ଡିସେମ୍ବର ମାସ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ କେତେବେଳେ ଲକଡ଼ାଉନ ତ କେତେବେଳେ ସଟଡ଼ାଉନ ଯାହାଫଳରେ ଗାଡିଚଳାଚଳ ଠିକ ଭାବରେ ହୋଇପାରୁନାହିଁ । ଏହି କାରଣରୁ ଘରୋଇ ବସ କର୍ମଚାରୀ ମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଜିଲ୍ଲାରେ ୪୦୦ରୁ ଉର୍ଦ୍ଧ୍ୱ ବସ ଚାଲୁଥିବା ବେଳେ ପ୍ରତ୍ୟେକ ବସରେ ୩ଜଣରୁ ୪ ଜଣ ଲେଖାଏଁ କର୍ମଚାରୀ କାମ କରନ୍ତି । ସେମାନେ କୌଣସି ଶ୍ରମ ଆଇନରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି ,ଯାହାଫଳରେ ଦରମା ,ଭବିଷ୍ୟନିଧି ପାଣ୍ଠି ,ବୋନସ ଆଦି ସୁବିଧାରୁ ବଞ୍ଚିତ । କାମତ ନାହିଁ ଦରମା ବି ନାହିଁ । କରୋନା ସମୟରେ ଅଳ୍ପ କିଛି ବସ ମାଲିକଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁୁ କିଛି ବସ ମାଲିକ କିମ୍ବା ସରକାରଙ୍କ ସୁବିଧା ମିଳିନାହିଁ । ତେଣୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଇପିଏଫ କାର୍ଯ୍ୟାଳୟ ଜରିଆରେ ବିଭିନ୍ନ ସମସ୍ୟାର ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ ସେମାନଙ୍କୁ ତୁରନ୍ତ ମାସିକ ପାଞ୍ଚ ହଜାର ସାହାଯ୍ୟ ,ବସ କର୍ମଚାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରିବା ,ଇପିଏଫ ତାଲିକା ଭୁକ୍ତ କରିବା ,ଘରତିଆରୀ ପାଇଁ ଋଣ ପ୍ରଦାନ କରିବା ଆଦି ଦାବି ରହିଥିବା ସଭାପତି ବିପିନ ବିହାରୀ ଦାସ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =