କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା

0 144

ପାଟଣାଗଡ଼ : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ସିଜିନାଲ୍ କର୍ମଚାରୀମାନଙ୍କ୍ ଆହ୍ଵାନକ୍ରମେ କେନ୍ଦୁମୁଣ୍ଡିଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରମଣି ମଲ୍ଲିକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ବିଭାଗର ରୁତୁକାଳୀନ ଶ୍ରମିକ କର୍ମଚାରୀମାନଙ୍କ ନ୍ୟାୟ ଦାବି ଏବଂ ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ କେନ୍ଦୁପତ୍ର ବିଭାଗରେ କାର୍ୟରତ ମେଟ୍ ଭର୍ତି ଚପରାସି ମୁନସୀ ଚେକର, ହେଡ୍ ଚେକର, ସର୍କଲ୍ ଚେକର, ବନ୍ଧେଇ ଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା। ଭାରତରେ କେନ୍ଦୁପତ୍ରକୁ ସବୁଜ ହୀରା ଆଖ୍ୟା ଦିଆଯାଇଛି। ଓଡିଶା ରାଜ୍ୟ ତଥା ପଶ୍ଚିମ ଓଡିଶା କେନ୍ଦୁପତ୍ର ତଥା ସବୁ ହୀରା ଉତ୍ପାଦନ କରିବାର ମୁଖ୍ୟ ଅବଦାନ ରହିଛି। କେନ୍ଦୁପତ୍ରରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି। ଓଡ଼ଶାର କେନ୍ଦୁପତ୍ର ବିଭାଗ ଲାଭ ଜନକ ବିଭାଗ ତେଣୁ ଓଡିଶା ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ କେନ୍ଦୁପତ୍ର ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତିଦେବା, ପେନସନ ପ୍ରଦାନ କରିବା, ଗ୍ରାଜୁଏଟ୍ ବୃଦ୍ଧି କରିବା, ଛାତ୍ର ବୃତ୍ତି ପ୍ରଦାନ କରିବା, ବିବାହ ଆର୍ଥିକ ସହାୟତା ପ୍ରଦାନକରିବା, ବୋନସ ବୃଦ୍ଧିକରିବା, କେନ୍ଦୁପତ୍ର ବନ୍ଧାଲି ତୋଳାଲି, ଗୁଛ।କଟାଲି, ବିଡି ଶ୍ରମିକ ମାନଙ୍କୁ ୫୦ ବୋନସ ପ୍ରଦାନ କରିବା ସମନ୍ଧରେ ଓଡ଼ଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ନୃତନ କର୍ମକର୍ତ୍ତା ଭବରେ ନିରଞ୍ଜନ ବିଶି, ସଭାପତି, ପୁରୁଷୋତ୍ତମ ଧାରୁଆ କାର୍ଯ୍ୟକରି ସଭାପତି, ରଘୁନାଥ ବାଗ ଉପସଭାପତି, ଲଳିତ ମଲ୍ଲିକ ସମ୍ପାଦକ, ବାଳମୁକୁନ୍ଦ କୂଅର ସଂଗଠକ, ଭୀଷ୍ମ ମଲ୍ଲିକ ଯୁଗ୍ମ ସଂପାଦକ, ପାଣ୍ଡବ ଭୋଇ କୋଷାଧ୍ୟକ୍ଷ, ବିଶିଷ୍ଟ ଆଇନଜୀବୀ ପ୍ରମୋଦ ମିଶ୍ର, ଆଇନ ପରାମର୍ଶଦାତା ଉପଦେଷ୍ଟା କାର୍ଯ୍ୟକାରୀ ସଭ୍ୟ ଭାବରେ ଗିରିଧର ଭୋଇ, ଘନ ଭୋଇ ପର୍ଶୁରାମ ରାଉତ୍, କୀର୍ତ୍ତନ ବରିହା କରୁଣା ବଗର୍ତ୍ତୀ ରଘୁନାଥ ମଲ୍ଲିକ ତ୍ରିନାଥ ସାହୁ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବଚିତ ହୋଉଥିଲେ। ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ୮ ଟି ରେଞ୍ଜର କର୍ମଚାରୀ ସଭାରେ ଯୋଗ ଦେଇଥିବା ବେଳେ ଗିରିଧର ଭୋଇ ସଭା ପରିଚାଳନା କରିଥିଲେ ଓ ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

hiranchal ad1
Leave A Reply

Your email address will not be published.

eighteen − 16 =