ଫୁଲବାଣୀ ସହରରେ ଆରମ୍ଭ ହେଲା ଘର ଘର ବୁଲି ସ୍ଵାସ୍ଥ୍ୟ ସର୍ଭେ

0 195

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଇ ନିଷ୍ପତି ନେଇଛି ।ଏହି ଦୁଇଟି ସହରର ସବୁ ବ୍ଲକରେ ଉକ୍ତ ୪ଦିନ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଥିଲା।ସୂଚନା ପ୍ରକାରେ ସ୍ୱାସ୍ଥ୍ୟ ସର୍ଭେ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଦିନ ଗୁଡିକରେ କୌଣସି ଲୋକଙ୍କୁ ବାହାରକୁ ନବାହାରିବେ ସମସ୍ତେ ଘରେ ରହିବେ।ଏଥି ପାଇଁ ସମସ୍ତ ଦୋକାନ ବଜାର ଗୁଡିକ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା।ଫଳରେ ସ୍ଵାସ୍ଥ୍ୟ ସର୍ଭେ ସୁଚାରୁ ରୂପେ ହୋଇପାରିବ।ଏହି ସ୍ଵାସ୍ଥ୍ୟ ସର୍ଭେ ପାଇଁ ଜଣେ ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ନର୍ସ,ସ୍ୱଚ୍ଛ ସାଥି,ପୌର ପରିଷଦ ର କର୍ମଚାରୀଙ୍କୁ ଦାଇତ୍ୱ ଦିଆଯାଇଛି।ଏମାନେ ବ୍ଲକର ପ୍ରତ୍ୟେକ ୱାର୍ଡ ରେ ଘରକୁ ଘରବୁଲି ସ୍ୱାସ୍ଥ୍ୟ ସର୍ଭେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।ଏମାନେ ଘରର ପ୍ରତ୍ୟେକ ସଦସ୍ୟର ନାମ, ବୟସ, ଶରୀରର ତାପମାତ୍ରା ପରୀକ୍ଷା କରିବା ସହ ଦଶ ଦିନ ଭିତରେ କେହି ବାହାରକୁ ଯାଇଛନ୍ତି କି କେହି ବାହାରୁ ଆସିଛନ୍ତି କି ଏବଂ କେହି ହୋମ କ୍ୱାରେଣ୍ଟାଇନ ରେ ଘରର ସଦସ୍ୟ ଥିଲେକି ପଚାରି ଟିପି ନେଉଛନ୍ତି।ଏହି ପ୍ରକ୍ରିୟା ଆଗାମୀ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୋୖର ପରିଷଦ ଅଧିକାରୀ ଶ୍ରୀ ବଳଦେବ ବେହେରା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

two + four =