ପୁଣି ୧୦ଜଣ ପଜିଟିଭ ଚିହ୍ନଟ: ସମ୍ବଲପୁର ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ସଟଡାଉନ ଘୋଷିତ

0 159

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୧୦ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା କରାଯାଇଛି । ଏହା ସହିତ ସମଗ୍ର ଜିଲ୍ଲାରେ କୋରନା ପଜିଟିଭଙ୍କ ସଂଖ୍ୟା ୧୯୪ରେ ପହଞ୍ଚିଛି । ବିଗତ ଚାରି ଦିନ ହେଲା କରୋନା ପଜିଟିଭଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଯୋଗୁଁ ସମସ୍ତ ସତର୍କତା ଅବଲମ୍ବନ ସହିତ ଜିଲ୍ଲାପାଳ ସମଗ୍ର ସମ୍ବଲପୁର ଜିଲ୍ଲା ପାଇଁ ହଠାତ ଆଗାମୀ ୧୦ଦିନ ବ୍ୟାପୀ ସଟଡାଉନ ଘୋଷଣା କରିଛନ୍ତି । ଏହି ସଟଡାଉନ ଦୁଇଟି ପର୍ଯ୍ୟାୟରେ କାମ କରିବା ଓ ଏହାର ପ୍ରଥମ ପର୍ଯ୍ୟାୟ ଆଗାମୀକାଲି ୨୨ରୁ ୨୫ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଏହି ପ୍ରଥମ ପର୍ଯ୍ୟାୟରେ ସବୁପ୍ରକାର ଆନ୍ତର୍ଜିଲ୍ଲା ପରିବହନ ବନ୍ଦ ରହିବ ଓ କେବଳ ଅନୁମତି ପ୍ରାପ୍ତ ବାହନମାନେ ହିଁ ଯିବାଆସିବା କରିପାରିବେ । ଏପରିକି ଦୁଇଚକିଆ ବାହନ ଚଳାଚଳ ମଧ୍ୟ ପ୍ରତିବନ୍ଧିତ ରହିବ । କିଛି ଜରୁରୀ ସେବାକୁ ଛାଡ଼ିଦେଇ ବାକିସବୁ ସେବା ବନ୍ଦ ରଖାଯାଇଛି । ଏହି ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ ଆଗାମୀ ୨୬ରୁ ୩୧ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ଓ ଏଥିରେ ସାମାନ୍ୟ ଆଶ୍ୱ୍ୱସ୍ତି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve − two =