ଦୁଇ ଶିଶୁ ସହିତ ଆଜି ୨୬ ଜଣ ପଜିଟିଭ ଚିହ୍ନଟ

0 179

ସମ୍ବଲପୁର : ଆଜିକାର ପ୍ରଶାସନିକ ଘୋଷଣା ଅନୁସାରେ ଆଜି ଦୁଇ ଶିଶୁ ବାଳିକା ( ୪ ଓ ୮ ବର୍ଷ) ସହିତ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲିର ସ୍ଥିତି ଦର୍ଶାଉଛି ଓ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୃହ ସଙ୍ଗରୋଧ ରେ ରଖାଯାଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମୃତ ଓ ୫୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୬୮୭ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ପ୍ରାୟ ଦଶଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ଓ ଏଥିରେ ସମ୍ବଲପୁର ମହାନଗର ନିଗମ ଅଂଚଳର ଅବଦାନ ସବୁଠାରୁ ବେଶୀ ରହିଛି । ଆଜି ଘୋଷଣା କରାଯାଇଥିବା ଗତକାଲି ଚିହ୍ନଟଙ୍କ ସଂଖ୍ୟାରେ କିନ୍ତୁ ଏହା ହ୍ରାସ ପାଇଛି । ଏଥିରେ ସର୍ବାଧିକ ୭ ଜଣ ଭିମସାରରେ ଚିହ୍ନଟ ହୋଇଛନ୍ତି ଓ ଏହାସବୁ ସ୍ଥାନୀୟ ସପ୍ସକ୍ରମଣ ଯୋଗୁଁ ହୋଇଛି ବୋଲି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏହା ବ୍ୟତୀତ ରେଙ୍ଗାଲି ସ୍ଥିତ ଭୁଷଣ ଷ୍ଟିଲ କମ୍ପାନୀ ଅଂଚଳରେ ୪ ଜଣ ଓ ବୁର୍ଲା ଡାକ୍ତର କଲୋନୀରେ ୩ ଜଣ ଓ ସ୍ଥାନୀୟ ଗୋପାଳଜୀ ମଠ ଅଂଚଳରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦୈନିକ କରୋନା ପଜିଟିଭ ଚିହ୍ନଟ ହେବାର ଧାରାରୁ ଜଣାପଡିଛି ଯେ ଦିନ ଛଡ଼ା ଅନ୍ୟ ଦିନ ଏହା ଶତାଧିକ ହୋଇ ପଡ଼ୁଛି ତଥା ଏଥିରେ ନିରନ୍ତର ବୃଦ୍ଧି ଘଟୁଛି । ଏହି କ୍ରମରେ ଗତ ଗୁରୁବାର ଦିନ ୧୦୧, ଶନିବାର ଦିନ ୧୧୨ ଓ ଗତକାଲି ସୋମବାର ଦିନ ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଣୁ ଆଶଙ୍କା କରାଯାଉଛି ଯେ ଆସନ୍ତା କାଲି ଏହା ପୁଣି କିଛି ନୂଆ ରେକର୍ଡ ସୃଷ୍ଟି କରିପାରେ ।

hiranchal ad1
Leave A Reply

Your email address will not be published.

eleven − nine =