ନାହିଁ ନାହିଁରେ ଚାଲିଛି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

0 227

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ନିକଟରେ ଥିବା ଏକ ସ୍କୁଲ ରୁମରେ ଚାଲିଛି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ । ଏଥି ପୂର୍ବରୁ ଟାଉନ ହଲ ନିକଟରେ ଥିବା ଏକ ପୌର ପରିଷଦର କ୍ୱାଟରରେ ସରକାରୀ ହୋମିଓପ୍ୟାଥିକ କାର୍ଯ୍ୟାଳୟ ଚାଲୁଥିଲା। ପୌର ପରିଷଦ କ୍ୱାଟରଟିର ମରାମତି ଚାଲିଥିବାରୁ ସ୍କୁଲର ଏକ ରୁମରେ ହୋମିଓପ୍ୟାଥିକ ଚିକିତ୍ସାଳୟ ଚାଲିଥିବାର ବିଭାଗର କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

hiring

ଏହି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ତିନି ଜଣ କର୍ମଚାରୀ କାମ କରନ୍ତି। ଜଣେ ଡାକ୍ତର, ହୋମିଓ ଆସିଷ୍ଟାଣ୍ଡ ଓ ପାର୍ଟ ଟାଇମ ସର୍ଭିସ କାର୍ଯ୍ୟରତ ଅଛନ୍ତି। ଏହି ଚିକିତ୍ସାଳୟକୁ ଦିନକୁ 20ରୁ ତିରିଶ ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି ବୋଲି କହିଛନ୍ତି ବିଭାଗର କର୍ମଚାରୀ । କିନ୍ତୁ ଦୁଃଖର ବିଷୟ ଦୀର୍ଘ 24 ବର୍ଷ ହେଲା ଚିକିତ୍ସାଳୟର ଭିତ୍ତିଭୂମି ବା ନିଜସ୍ଵ କୋଠା ନାହିଁ । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗିରହିଛି, କିନ୍ତୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର ନା ଜନପ୍ରତିନିଧି ଗୁରୁତ୍ୱ ଦେଉନଥିବାରୁ ଏହାର ସମସ୍ୟା ସମାଧାନ ହୋଇପାରୁନାହିଁ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଭଳି ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ କମ ଖର୍ଚ୍ଚରେ ସରକାରୀ ହୋମିଓପ୍ୟାଥିକ ଚିକିତ୍ସା ସକାଶେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ହୋଇଛି । ତାହାର ଭିତ୍ତିଭୂମି ନ ଥିବା ସମସ୍ତଙ୍କୁ ଚକିତ କରିଛି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଶୁଭ ଦୃଷ୍ଟି ପଡିଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

hiranchal ad1
Leave A Reply

Your email address will not be published.

two + six =