ହରଭଙ୍ଗା: ନୂତନ ବନୀକରଣ ପାଇଁ ଚାରା ପ୍ରସ୍ତୁତି

0 119

ହରଭଙ୍ଗା,୨୩/୭ – ଜଙ୍ଗଲ ଓ ପରିବେଶ ବିଭାଗ ଓ ମନରେଗା ଯୋଜନାର ଆର୍ଥିକ ସହାୟତାରେ ବୌଦ୍ଧ ବନଖଣ୍ଡ ଅଧୀନରେ ହରଭଙ୍ଗା ବନବିଭାଗ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣ ପାଇଁ ହରଭଙ୍ଗା ଶଗଡିଆ ନାଳ ଓ ଖରସଙ୍କୁଲେଇ ଠାରେ ଚାରାନର୍ସରୀ କରାଯାଇ ୧ଲକ୍ଷ ୫୦ ହଜାର ନୂତନ ଚାରା ପ୍ରସ୍ତୁତି କରାଯାଇଛି । ହରଭଙ୍ଗା ବନପାଳ ବିଜୟାନନ୍ଦ ସାହୁ ଏହି ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର ଚାରା ଯଥା ଶାଗୁଆନ, ଆକାଶିଆ, ଅଁଳା, ରାଧାଚୁଡା, ଚାକୁଣ୍ଡା, ଅର୍ଜୁନ, ଗମ୍ଭାରୀ, ନିମ୍ବ, ଜାମୁ, ମହୁଲ, ଆମ୍ବ ଆଦି ଚାରା ପ୍ରସ୍ତୁତ କରାଯାଇଛି । ଚାରା କେନ୍ଦ୍ରରୁ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପାଇଁ ଗଛପ୍ରତି ୧ଟଙ୍କା ଦରରେ ବିକ୍ରୟ କରାଯାଉଛି ଏବଂ ସମସ୍ତ ସ୍କୁଲ, କଲେଜ, ମହିଳାସମିତି, ପଞ୍ଚାୟତକୁ ବିନାମୂଲ୍ୟରେ ଚାରା ଯୋଗାଇ ଦିଆଯାଉଛି । ଏବେ କିଛିଦିନ ଧରି ହରଭଙ୍ଗା ବ୍ଲକ ଅଞ୍ଚଳରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ୱରେ ବନମହୋତ୍ସବ ସଫଳତାର ସହିତ ପାଳିତ ହୋଇଥିଲା । ଏଥିରେ ବିଭାଗ ଓ ଗ୍ରାମବାସୀଙ୍କୁ ସାମିଲକରି ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ଜନସାଧାରଣଙ୍କ ସହଯୋଗକୁ ପାଥେୟକରି ଏହି ସଫଳତା ପାଇବା ଦିଗରେ ବନଖଣ୍ଡ କାର୍ଯ୍ୟକରୁଛି । ଚଳିତବର୍ଷ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

seventeen + 20 =