ହାଇକୋର୍ଟ ନିର୍ଦ୍ଦେଶ : ପ୍ରଥମ ସ୍ୱାସ୍ଥ୍ୟ ପରୀକ୍ଷା ତା’ପରେ କ୍ୱାରେଣ୍ଟାଇନ

0 84

ଭୁବନେଶ୍ୱର : ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ଗୁରୁବାର ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଓଡିଶା ଫେରିବା ପୂର୍ବରୁ ପ୍ରବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପ୍ରଥମ ଜରୁରୀ ରହିଛି । ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନ ହୋମକୁ ଅନୁମତି ଦିଆଯାଉ । ପ୍ରବାସୀମାନେ ଯେଉଁ ରାଜ୍ୟରେ ରହୁଥିବେ ସେଠାରେ ପ୍ରଥମେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ । ଯଦି ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସେ ତେବେ ସେମାନଙ୍କୁ ଓଡିଶା ଫେରିବାକୁ ଅନୁମତି ଦିଆଯାଉ ବୋଲି ନିର୍ଦ୍ଦେଶରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ତାଙ୍କ ରାୟରେ ଏଭଳି ନିର୍ଦ୍ଦେଶ ରଖିଥିବା କୁହାଯାଉଛି ।

hiranchal ad1
Leave A Reply

Your email address will not be published.

two × one =