ବୌଦ୍ଧ – ବୌଦ୍ଧ ଜିଲ୍ଲା ବିଜେଡିର ପର୍ଯବେକ୍ଷକ ଦାୟିତ୍ବରେ ଥିବା ବରିଷ୍ଠ ବିଜେଡି ନେତା କୃତ୍ତିବାସ ପାତ୍ର ଆଜି କଣ୍ଟାମାଳ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଲୋକନାଥ ପ୍ରଧାନ ହତ୍ୟା ମାମଲାରେ ନିଜର ମନ୍ତବ୍ୟ ରଖି ବିଜେପି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି | ଲୋକନାଥ ହତ୍ୟାକାଣ୍ଡ ମାମଲାରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପୁଅ ଓ ଅନ୍ୟ ଜଣେ ସହଯୋଗୀଙ୍କ ହାତ ରହିଥିବା ବିଜେପିର ରାଜ୍ୟ ସ୍ତରୀୟ ନେତାମାନେ ଅଭିଯୋଗ କରି ଆସୁଛନ୍ତି | ବିଜେଡି ପର୍ଯବେକ୍ଷକ ଶ୍ରୀ ପାତ୍ର କହିଥିଲେ ବିଜେପି ଔଷଧ ରାଗରେ ତାଟିଆ କାମୁଡିବା ଭଳି କାମ କରୁଛି | ବିଧାୟକ ଶ୍ରୀ ରଣାଙ୍କ ଲୋକ ପ୍ରିୟତl ବୃଦ୍ଧିକୁ ଦେଖି ତାଂକର ଉଜ୍ଜ୍ବଳ ରାଜନୈତିକ ଭବିଷ୍ୟତକୁ ସହ୍ୟ କରିନପାରି ବିରୋଧୀ ମାନେ ତାଙ୍କୁ ବଦନାମ କରିବାର ଚେଷ୍ଟାକରି ଏଭଳି ଅଭିଯୋଗ ଆଣୁଥିବା ଶ୍ରୀ ପାତ୍ର କହିଛନ୍ତି l ଲୋକନାଥ ପ୍ରଧାନଙ୍କ ମୃତ୍ୟୁରେ ସେ ମଧ୍ୟ ତାଙ୍କ ପରିବାରକୁ ସମବେଦନା ଜଣlଉଛନ୍ତି ଓ ତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଦୋଷୀ ଦଣ୍ଡ ପାଆନ୍ତୁ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି |