ବ୍ରାହ୍ମଣୀଗାଁ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍ । ଅଭିଯୁକ୍ତ ଟୁକୁନା ମାଳିକୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଶାବଳକୁ ଜବତ କରିଛି ପୋଲିସ୍ ।
ସୂଚନା ଅନୁଯାୟୀ ଗତ ଫେବୃଆରୀ10 ତାରିଖରୁ ନିର୍ମଳା ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଚଳାଇଥିବା ସତ କିନ୍ତୁ ନିର୍ମଳାଙ୍କ କୌଣଶି ଖବର ପାଇନଥିଲା । 72 ଦିନ ପରେ ନିର୍ମଳାଙ୍କ ହାଡ଼ କଙ୍କାଳ ନିକଟ ଜଙ୍ଗଲରୁ ମିଳିଥିଲା । ଏହାପରେ ସନ୍ଧାନୀ କୁକୁର ଦ୍ଵାରା ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ । ଘଟଣା ସମ୍ପର୍କରେ ଖବରପାଇ ଅଭିଯୁକ୍ତ ଟୁକୁନା ଫେରାର୍ ହୋଇଯାଇଥିଲା ।
ହେଲେ ଶେଷରେ ପୋଲିସ୍ ପଞ୍ଝାରୁ ମୁକୁଳି ପାରିନି ଅଭିଯୁକ୍ତ । ଗଞ୍ଜାମ ସିମାନ୍ତ କାଟିଙ୍ଗିଆ ପଞ୍ଚାୟତର ପଦ୍ମପୁର ଗାଁ ନିକଟ ଜଙ୍ଗଲରୁ ଅଭିଯୁକ୍ତ ଟୁକୁନାକୁ ଗିରଫ କରିଛି ବ୍ରାହ୍ମଣୀଗାଁ ପୋଲିସ୍ । ସୂଚନା ପ୍ରକାରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ନିଜ ଟିମ୍ ସହ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସୂଚନା ପ୍ରକାରେ ୨୦୧୮ ମସିହାରେ ଅଭିଯୁକ୍ତ ଟୁକୁନା ବିରୋଧରେ ମୃତ ବିଧବା ମହିଳା ଧର୍ଷଣ ଅଭିଯୋଗ କରିଥିଲେ। ଏନେଇ ଟୁକୁନା କୁ ଗିରଫ କରିଥିଲା ପୋଲିସ୍ । ଯାମିନ୍ ଦ୍ବାରା ଜେଲ୍ ରୁ ମୁକୁଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଟୁକୁନା ସମ୍ପୃକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ହତ୍ୟା ଧମକ ଦେଉଥିଲା ଏବଂ ହତ୍ୟା କରିବାପାଇଁ ସୁଯୋଗ ଖୋଜୁଥିଲେ।
ଫେବ୍ରୁଆରୀ10 ତାରିଖରେ ସୁଯୋଗ ପାଇ ନିର୍ମଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।
ଅଭିଯୁକ୍ତ ନିଜ ଦୋଷ ସ୍ପିକାର କରିବାସହ ତାଙ୍କ ର ଉକ୍ତ ମହିଳା ଙ୍କ ସହ ପୂର୍ବ ଶତ୍ରୁତା ଥିଲା ତେଣୁ ରାସ୍ତା ରୁ ହଟାଇ ଦେବାକୁ ମନରେ ସ୍ଥିର କରିଥିଲା ଅଭିଯୁକ୍ତ । ସୁଯୋଗ ପାଇବାପରେ ନିର୍ମଳାଙ୍କୁ ହତ୍ୟା କରି ନିଜେ ଗାତ ଖୋଳି ଜଙ୍ଗଲରେ ପୋତି ଦେଇଥିବା ଅଭିଯୁକ୍ତ ବୟାନ ଦେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।