ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ One nation one ration card ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା 273 ତା15-07-20ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ ଲୋକ କାମଧନ୍ଦା ପାଇଁ ବାହାରକୁ ଯାଇଥାନ୍ତି , ସେଠାରେ ଅଧିକ ଦରରେ କିଣାକିଣି କରୁଛନ୍ତି। ଅନ୍ୟ ପଟେ ତାଙ୍କ ପାଇଁ ଉଦ୍ଦିଷ୍ଟ ରାସନ ହରିଲୁଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଲେ ଲୋକେ ଉପକୃତ ହେବେ । ଏଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉକ୍ତ ଦୁଇ ଯୋଜନା କାର୍ଯ୍ୟକାରୀ କରିବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । ଅନ୍ୟ ଏକ ଚିଠିରେ ମାହାରପାଲି ଛକ ଠାରେ ପୋଲିସ୍ ପୋଷ୍ଟ ଖୋଲିବା ପାଇଁ ଦାବୀ ରଖିଛନ୍ତି। ବରଗଡ ଓ ବଲାଙ୍ଗୀର ଜିଲ୍ଲା ସଂଯୋଗ ପଥରେ ଲୋଇସଂହା ବ୍ଲକ ଅନ୍ତର୍ଗତ ମାହାରପାଲି ଏକ ଗୁରୁତ୍ୱପୂର୍ଣ୍ଣ ଛକ । ଦିନକୁ ଦିନ ଏ ଛକ ଓ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । 27କିମି ଦୂରରେ ଥିବା ବଲାଙ୍ଗୀର ସଦର ପୋଲିସ ଷ୍ଟେସନ ବା 20କିମି ଦୂର ମାଗୁରବେଢା ଫାଣ୍ଡି ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଅନାୟଶରେ ଅପରାଧି ଖସି ଯାଉଛନ୍ତି । ଏଠାରେ ସୂଚାଇ ଦିଆଯାଏ ଯେ, ମାହାରପାଲି ଠାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ 10ଟି ପଞ୍ଚାୟତ ଲୋକେ ନିର୍ଭରଶୀଳ ତଥା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ବସେ। କିନ୍ତୁ ଅସାମାଜିକ ଗତିବିଧି ଓ ଅପରାଧୀଙ୍କ ଲଗାମଛଡା କାରନାମା ଯୋଗୁଁ ଜନ ସାଧାରଣଙ୍କ ସୁରକ୍ଷା ସଙ୍କଟ ଦେଖାଦେଇଛି। ଏଣୁ ଆଉଟ ପୋଷ୍ଟଟିଏ ଦାବୀ କରି ବିଧାୟକ ମହାଲିଙ୍ଗ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।