ବାଙ୍ଗାଲୋର ଗ୍ୟାସ୍ ସିଲିଣ୍ଡର୍ ଫାଟିବା ଘଟଣା: ପ୍ରଶାସନ ସହଯୋଗରେ ଗାଁରେ ପହଞ୍ଚିଲା ତିନି ଜଣଙ୍କ ମର ଶରୀର

0 208

ଦାରିଙ୍ଗବାଡି: ବାଙ୍ଗାଲୋର ଠାରେ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଏକ ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ଘଟଣାରେ ୪ଜଣଙ୍କର ମୃତ୍ୟ ଘଟିଥିଲା । ଚାରିଜଣଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀ ଥିବାବେଳେ କୋଟଗଡ ବ୍ଲକର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀ ରହିଥିଲେ । ମୃତ୍ୟୁ ପରେ ମୃତକଙ୍କ ମର ଶରୀରକୁ ବାଙ୍ଗାଲୁରୁରୁ ଗାହାକିଆ ଗ୍ରାମକୁ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ରବିବାର ରାତିରେ ବାଙ୍ଗାଲୁରୁରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କନ୍ଧମାଳ ଜିଲ୍ଲାର ୩ଟି ମୃତଦେହକୁ ନେଇ ବାହାରିଥିବା ଆମ୍ବୁଲାନ୍ସଟି ମଙ୍ଗଳବାର ସକାଳେ ଦାରିଙ୍ଗବାଡିରେ ପହଞ୍ଚିଥିଲା । ଗ୍ରାମବାସୀମାନେ ଦାରିଙ୍ଗବାଡି ଠାରୁ ଆମ୍ବୁଲାନ୍ସକୁ ସୋନପୁର ଯାଏଁ ନେଇ ଯାଇଥିଲେ । ଆମ୍ବୁଲାନ୍ସଟି ଗାହାକିଆ ଠାରେ ପହଞ୍ଚିବା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଖ୍ରୀଷ୍ଟୀୟ ରୀତିନୀତି ଅନୁସାରେ ଗୋଟିଏ ସ୍ଥାନରେ ବରଣୀ ଓ ମମତାଙ୍କୁ ସମାଧି ଦିଆଯାଇଥିଲା । ସେହିପରି କୋଟଗଡ ବ୍ଲକର ଯୁବକଙ୍କ ମର ଶରୀରକୁ ସେହି ଆମ୍ବୁଲାନ୍ସ ଯୋଗେ ସେଠାକୁ ପଠାଇ ଦିଆଯାଇଥିଲା । ମୃତ ଦୁଇ ଯୁବତୀ ବାଙ୍ଗାଲୋର ଯାଇ ସେଠାରେ କାମ କରି ନିଜ ଘରର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କର ମୃତ୍ୟ ପରେ ସେମାନଙ୍କ ପରିବାର ଲୋକେ ବର୍ତ୍ତମାନ ଅସହାୟ ହୋଇ ପଡିଛନ୍ତି । ଏହିଭଳି ପରିସ୍ଥିତିରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀମାନେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଏହି ଦୁର୍ଘଟଣାରେ ସେହି ଗ୍ରାମର ଅଞ୍ଜଳି ପ୍ରଧାନ ନାମକ ଯୁବତୀ ସେଠାରେ ଚିକିତ୍ସାଧୀନ ରହିଛି ।

hiranchal ad1
Leave A Reply

Your email address will not be published.

eighteen + 8 =