ବାଲିକୁଦା ବ୍ଲକ ପୂର୍ବତନ କ୍ୟାସିୟର, ବ୍ୟାଙ୍କ ପିଅନଙ୍କୁ ମଧ୍ୟ ଇଓଡ଼ବ୍ଲ୍ୟ ଦ୍ୱାରା ଗିରଫ

0 72

ଜଗତସିଂହପୁର, ୬/୭- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକର ଆମ ଗାଁ ଆମ ବିକାଶ ଅର୍ଥ ରାଶି ହଡ଼ପ ଉପରେ ଅଭିଯୋଗ ଥିବା ସମୟରେ ଛାନିଭିନ୍ନ ଚଳାଇଥିଲେ ଇଓଡ଼ବ୍ଲୁ । ସୋମବାର ଦିନ ଅର୍ଥନୈତିକ ଅପରାଧ ଶାଖା ଇଓଡ଼ବ୍ଲ୍ୟ ୨ ଜଣ କର୍ମଚାରୀଙ୍କୁ ବାଲିକୁଦା ବ୍ଲକର ପୂର୍ବତନ କ୍ୟାସିୟର ତଥା ବାଲିକୁଦା ବ୍ଲକରେ ଡେଭେଲମେଣ୍ଟ ଚାର୍ଜରେ ଥିବା କିରାଣୀ ନିହାର ରଞ୍ଜନ ଦାସ ଓ ୟୁନିଅନ ବ୍ୟାଙ୍କ କର୍ମଚାରୀ ସଞ୍ଜୟ ସାମଲଙ୍କୁ ଇଓଡ଼ବ୍ଲ୍ୟଙ୍କ ଦ୍ୱାରା ଗିରଫ କରାଯାଇଛି । ସୂଚନା ମୁତାବକ ବାଲିକୁଦା ବ୍ଲକର ଆମ ଗାଁ ଆମ ବିକାଶ ଅର୍ଥ ରାଶି ଅରିଲୋସ୍ଥ ୟୁନିଅନ ବ୍ୟାଙ୍କରେ ଜମା ରଖୁଥିଲେ । ଉକ୍ତ ଅର୍ଥରୁ ଗତବର୍ଷ ୨କୋଟି ୬୧ ଲକ୍ଷ ସରକାରୀ ଅର୍ଥ ହଡ଼ପ ହୋଇଥିବା ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଦେଶର ପେମେଣ୍ଟ ଦେଇପାରି ନଥିଲେ । ଏହି ଅର୍ଥରାଶି ପାଇଁ ଗତ ବର୍ଷ ବ୍ୟାଙ୍କ ମ୍ୟାନେଜର ମାନସିକ ଚାପରେ ରହୁଥିଲେ ଶେଷରେ ବ୍ୟାଙ୍କ ମ୍ୟାନେଜର ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିଲେ । ଉକ୍ତ ଘଟଣାର ତଦନ୍ତ ନିମନ୍ତେ ଇଓଡ଼ବ୍ଲ୍ୟ ୬ମାସ ତଳେ ନେଇଥିଲେ । ଅର୍ଥନୈତିକ ଅପରାଧ ଶାଖା ଉକ୍ତ ଘଟଣାରେ ତଦନ୍ତ ଜାରି ରଖିଥିଲା । ବିଭିନ୍ନ ସମୟରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଉପରେ ୟୁନିଅନ ବ୍ୟାଙ୍କରେ ଥିବା ଷ୍ଟାଫ ତନାଘନ ତଦନ୍ତ କରୁଥିଲେ । ସେହି ଘଟଣା ସମୟ ପରେ ପରେ ବ୍ଲକ କ୍ୟାସିୟର ନିହାର ରଞ୍ଜନ ଦାସ କାହିଁକି ବ୍ୟାଙ୍କ ଆକାଉଣ୍ଟରେ ଥିବା ପାସ୍‌ ବୁକ୍‌ କାହିଁକି ମାସ କୁ ମାସ ଅପଟୁଡେ଼ଟ କରୁନଥିଲେ ବୋଲି ଧୀରେ ଧୀରେ ଇଓଡ଼ବ୍ଲ୍ୟଙ୍କ ସନ୍ଦେହ ଘେରକୁ ଆସିଯାଇଥିଲେ । ସେହି ଆକାଉଣ୍ଟ ରୁ ନିଜ ସଂପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଇଓଡ଼ବ୍ଲ୍ୟ ଙ୍କ ହାତରେ ଲାଗିଥିଲା ଜଣାପଡିଥିଲା । ସଂପୃକ୍ତ ଥିବା ବ୍ୟାଙ୍କର ପିଅନ ସଞ୍ଜୟ ସାମଲ ମଧ୍ୟ ଉକ୍ତ ହଡ଼ପରେ ଲିପ୍ତଥିଲେ ବୋଲି ଜଣାପଡିବାରୁ ଉଭୟଙ୍କୁ ଗିରଫ କରିବା ସହିତ ଆକାଉଣ୍ଟ ରୁ ଅଧିକା କିଛି ତଥ୍ୟ ଜାଣିବାପାଇଁ ତଦନ୍ତ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

12 + eleven =