ଯାଜପୁରରୁ ପୁଣି ପଜିଟିଭ୍ : ୧୩ଟି ଗାଁ କଣ୍ଟେନମେଣ୍ଟ ଜୋନରେ ରହିଲା

0 93

ଭୁବନେଶ୍ୱର : ପୁଣି ଯାଜପୁରରୁ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାର ୧୩ଟି ଗାଁକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ରସୁଲପୁର ବ୍ଲକର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିବାରୁ କୋଭିଡ-୧୯ର ଲକଡାଉନ ନିୟମକୁ ଅତ୍ୟନ୍ତ କଡାକଡି ଭାବରେ ପାଳନ କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ୪ଟି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ କେବଳ ଯାଜପୁରରୁ ୨ଜଣଙ୍କୁ ଚିହ୍ନଟ କରାଯାଇଛି । ପୂର୍ବାହ୍ନରେ ଜଣକୁ ଚିହ୍ନଟ କରାଯାଇଥିବା ବେଳେ ଆପରାହ୍ନରେ ଜଣେ ଚିହ୍ନଟ ହେବା ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି ଓ ରାଜ୍ୟରେ ଏହି ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

ten − three =