ଜହ୍ନ ।ପଙ୍କ,୨୨/୯- ବୌଦ୍ଧଜିଲ୍ଲା ଜାତୀୟ ରାଜପଥ ୫୭ କଡରେ ଦହ୍ୟାଠାରେ ଥିବା ଏସବିଆଇ ଏଟିଏମ୍ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସୂଚନାମତେ ଦୀର୍ଘଦିନ ହେଲା ଏଟିଏମର ବ୍ୟାଟେରୀ ଚାର୍ଜ ରହୁନାହିଁ ଫଳରେ ବିଦ୍ୟୁତ ଗଲେବଲ ଅକାମି ହୋଇପଡୁଛି । ଏପରିକି ଟଙ୍କା କାଢୁଥିବାବେଳେ ଲାଇନ ଚାଲିଗଲାପରେ ଟଙ୍କା ଏକାଉଣ୍ଟ ରୁ କଟିଯାଉଛି କିନ୍ତୁ ବାହାରୁନାହିଁ । ଏସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି ।