ଷ୍ଟେଟବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ପରେ ସିଲ୍ ହେଲା ବ୍ୟାଙ୍କ

0 403

hiring

ଦାରିଙ୍ଗବାଡ଼ି : ଅମାନିଆ ସରକାରୀ ଓ ବେସରକାରୀ କର୍ମଚାରୀ କନ୍ଧମାଳ ଜିଲ୍ଲା ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି l ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଅନେକ କର୍ମଚାରୀ ରେଡ୍ ଜୋନରେ ଥିବା ନିଜ ଜିଲ୍ଲାକୁ ଯିବା ଆସିବା କରୁଥିବା ଜଣା ପଡ଼ିଥିବା ବେଳେ ସେଥିପାଇଁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାର ଯେଉଁ ଆଶଙ୍କା କରାଯାଉଥିଲା ତାହା ଆଜି ସତରେ ପରିଣତ ହୋଇଛି l ଦାରିଙ୍ଗବାଡ଼ିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ବ୍ୟାଙ୍କ କୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି । ଗତ ୧୦ ତାରିଖ ଦିନ କର୍ମଚାରୀ ଜଣକ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ । କିଛି ଦିନପରେ ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ସେଠାରେ ତାଙ୍କର କରୋନା ପଜିଟିଭ ବାହାରିଥିଲା । କର୍ମଚାରୀ ଜଣକ ଭୁବନେଶ୍ୱର ଯିବା ପରେ ଆକ୍ରାନ୍ତ ହୋଇଥିଲେ ନା ଦାରିଙ୍ଗବାଡ଼ିରେ ଥିବା ବେଳେ ଆକ୍ରାନ୍ତ ହୋଇଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ଯଦି ସେ ଏଠାରେ ଥିବା ବେଳେ ଆକ୍ରାନ୍ତ ହୋଇଥିବେ ତାହାହେଲେ ତାଙ୍କ ସଂସ୍ପର୍ଶରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଆସିଥିବେ ବୋଲି ଅନୁମାନ କରାଯାଉଛି l ତେଣୁ ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ବ୍ୟାଙ୍କକୁ ସିଲ୍ କରାଯାଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରିପାଠୀ,ବିଡ଼ିଓ ଅଭିମନ୍ୟୁ ବେହେରା,ଥାନା ଅଧିକାରୀ କୌଶିକ ମାଝୀ,ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ ପ୍ରମୁଖ ବ୍ୟାଙ୍କରେ ପହଁଚି ବ୍ୟାଙ୍କକୁ ସିଲ୍ କରିବା ସହ ବ୍ୟାଙ୍କ ସାମ୍ନାରେ ବ୍ୟାରିକେଟ ନିର୍ମାଣ କରିଥିଲେ । ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ବ୍ୟାଙ୍କ ସିଲ୍ ରହିବା ନେଇ ନିର୍ଦେଶ ରହିଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଦ୍ୱାର ବ୍ୟାଙ୍କ ବାହାରେ ସାନିଟାଇଜ କରାଯିବାସହ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସେମାନଙ୍କର ଖୁବଶୀଘ୍ର ସ୍କ୍ରିନିଙ୍ଗ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ଏହା ପୂର୍ବରୁ ଫୁଲବାଣୀ ଷ୍ଟେଟ ବ୍ୟାଙ୍କର ୨ଟି ଶାଖା ସମେତ ଘୁ ଉଦୟଗିରି ଓ ଖଜୁରିପଡ଼ା ଶାଖା କୁ ମଧ୍ୟ ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି l

hiranchal ad1
Leave A Reply

Your email address will not be published.

20 − two =